//BREAKING//
Loading...

କଲମପୁର:-ଶବପଡିଛି ଡାକ୍ତରଖାନାରେ ମାମଲା, ସଂପର୍କୀୟ ଭାଇ ଆସିବାରୁ ଉଠିଲା ଶବ, ପୁଲିସରେ ଅପମୃତ୍ୟୁ ମାମଲା !!

 କଲମପୁର:-ଶବପଡିଛି ଡାକ୍ତରଖାନାରେ ମାମଲା, ସଂପର୍କୀୟ ଭାଇ ଆସିବାରୁ ଉଠିଲା ଶବ, ପୁଲିସରେ ଅପମୃତ୍ୟୁ ମାମଲା !!



କଲମପୁର-୨୦/୧୨(ତର୍ଜମା ନ୍ୟୁଜ)  

                         ଆଜି ତର୍ଜମା ନ୍ୟୁଜରେ -ବିଗ୍ ବ୍ରେକିଂନ୍ୟୁଜ "ଶବ ପଡିଛି ଡାକ୍ତରଖାନାରେ"ଶୀର୍ଷକ ଖବର ପ୍ରଶାରଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।ମୃତା ରୋଜାଲିନୀଙ୍କ କାକାପୁଅ ଭାଇ ରାୟଗଡ଼ା ଟିକିରି ଠାରୁ ଆସିବା ପରେ ପୁଲିସକୁ ଜଣାଇଥିଲେ,ଥାନା ଏଏସଆଇ ଡୋଲାମଣୀ ବିଶି ତଦନ୍ତ କରିବା ପରେ ୧୫/୨୩ ୟୁଡି କେଶ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜୟପାଟଣା ପ୍ରେରଣ କରିଥିଲେ, ସେଠାରୁ ଭବାନୀପାଟଣା ଓ ପରେ ତାଙ୍କ ଗ୍ରାମ ପୁରୀକୁ ଶବ ପଠାଯିବ ବୋଲି ଜଣାପଡିଛି,ମୃତା ରୋଜାଲିନୀ ଜଣେ କର୍ମନିପୁଣା ଓ ମେଧାବୀ ତଥା ସମସ୍ତଙ୍କ ପ୍ରିୟ ଭାଜନ ଥିଲେ, ତାଙ୍କ ମୃତ୍ୟୁ ଖବର ତାଙ୍କ ସହକର୍ମୀ ତଥା ସମସ୍ତ କର୍ମଚାରୀଙ୍କୁ ଗଭୀର ଆଘାତ ଦେଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି, ପ୍ରକାଶ ଯେ -ଆଜି ସକାଳେ ଇଚ୍ଛାପୁର ସିଏଚଓ ମୃତା ରୋଜାଲିନୀ ପାତ୍ର ବାଥରୁମରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ସହକର୍ମୀ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,ପରିବାର ଲୋକଙ୍କୁ ଅପେକ୍ଷା କରି ସକାଳ ୧୦ଟାରୁ ଶବ ଡାକ୍ତରଖାନାରେ ପଡ଼ିରହିଥିଲା, ଅପରାହ୍ନ ୪ଟାରେ ଆନୁସଙ୍ଗିକ କାର୍ଯ୍ୟ ସାରି ବ୍ୟବଛେଦ ପାଇଁ ପ୍ରେରଣ କରାଯାଇଛି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe