ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ !!
ଭବାନୀ ପାଟଣା:---
( ତର୍ଜମା ନ୍ୟୁଜ)
ବ୍ୟକ୍ତିକୁବ୍ୟାପ୍ତି ଆଡକୁ ନିଏ ସାହିତ୍ୟ | ଭାଷା ଓ ଭାବ ଦୁଇ ଧାଡିରେ ରହି ଜୀବନୀବାର୍ତ୍ତା ଦିଏ ସାହିତ୍ୟ | ଭାରତୀୟ ଜ୍ଞାନ ଓ ପରମ୍ପରା ସାହିତ୍ୟ ମାଧ୍ୟମରେ ବିଶ୍ୱ ପରିବାର କଥା କହିଆସୁଛନ୍ତି |ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା ମାଣିକେଶ୍ବରୀ ସାଖା, କଳାହାଣ୍ଡିର ଦ୍ଵିତୀୟ ବାର୍ଷିକ ଉତ୍ସବର ଅତିଥିଗଣ ଏଭଳି ମତ ଦେଇଥିଲେ |ସ୍ଥାନୀୟ ବିଦ୍ୟାମନ୍ଦିର, ବ୍ରଜବିହାର ପରିସରରେ ବରିଷ୍ଠ କବି ଜଗଦୀଶ୍ଵର ମୁଣ୍ଡଙ୍କ ସଭାପତିତ୍ବରେ ଉଧଘାଟକଭାବେ ଡ. ନିହାରେନ୍ଦ୍ର ପଣ୍ଡା,ମୁଖ୍ୟ ଅତିଥି ଭାବେ କୋରାପୁଟର ଡ. ରୁଦ୍ରାଣୀ ମହାନ୍ତି,ମୁଖ୍ୟବକ୍ତା ରୂପେ ବଲାଙ୍ଗୀରରୁ ସାହିତ୍ୟିକ ରାମଚନ୍ଦ୍ର ପଟେଲ ଓ ସମ୍ମାନିତ ଅତିଥି ଭାବେ ଚଳଟଚ୍ଚିତ୍ର ନିର୍ଦେଶକ ଜୟସନ ମହାନ୍ତ ମଂଚାସୀନ ହୋଇଥିଲେ | ଏଇ ଅବସରରେ ପରିଷଦର ସାହିତ୍ୟ ପତ୍ରିକା 'ମାଣିକ୍ୟବର୍ଣ୍ଣା' ଲୋକାର୍ପିତ ହୋଇଥିଲା | ସାହିତ୍ୟିକ କଳ୍ପନା ରଥ, ଧବଳେଶ୍ୱର ପାତ୍ର, ସଂଯୁକ୍ତା ମୁଣ୍ଡ,ସବିତା ଶତପଥୀ, ତିଳକରାମ ନିଆଲ,ପରମା ଜାନି, ସୁଦେଷ୍ଣ|ପଣ୍ଡା, କବିତା ମୁଣ୍ଡ, ଚିତ୍ତରଞ୍ଜନ ସାହୁ, ଶିବଶକ୍ତି ପୁରୋହିତ ପ୍ରମୁଖ ସହଯୋଗ କରିଥିବାବେଳେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ | ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସାହିତ୍ୟିକ ଜଗଦୀଶ୍ଵର ମୁଣ୍ଡଙ୍କୁ ବରିଷ୍ଠ ସାହିତ୍ୟିକ ସମ୍ମାନ, ବିରଞ୍ଚି ନାରାୟଣ ମୁଣ୍ଡଙ୍କୁ 'ସାହିତ୍ୟ ପରିଷଦ ସମ୍ମାନ', ଯୁବ ସଂଗଠକ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କୁ 'ସାରସ୍ୱତ ସଂଗଠକ ସମ୍ମାନ'ଏବଂ ଆଶୁତୋଷ ପୁରୋହିତ ଓ ମୟୂରୀ ଦାଶଙ୍କୁ 'ଯୁବ ପ୍ରତିଭା ସମ୍ମାନ'ରେ ସମ୍ବର୍ଦ୍ଧିତ କରାଯାଇଥିଲା | ଶିଳ୍ପୀ ଝରଣା ପାଢ଼ୀ ପ୍ରାରମ୍ଭିକ ଗୀତ ପରିବେଷଣ କରିଥିବାବେଳେ ଉପାଧ୍ୟକ୍ଷ| ମୀନାକୁମାରୀ ମୁଣ୍ଡ ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ | ରେଣ୍ଡୋ ମାଝୀଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା |କଳାହାଣ୍ଡି ଜିଲ୍ଲା ସଂଯୋଜକ ମନୋଜ କୁମାର ନାଏକ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚୟ ପ୍ରଦାନ କରିଥିବାବେଳେ ସମବେତ ବନ୍ଦେ ମାତରମ ଗାନ ପରେ କବି ସ୍ବର୍ଣ୍ଣକାନ୍ତି ବୈକାର ଧନ୍ୟବାଦ ଅର୍ପଣ କରିଥିଲେ |






Post a Comment