//BREAKING//
Loading...

- ହାତୀ ଆକ୍ରମଣରେ ଗୁରୁତର ଆହତ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ।


-ହାତୀ ଆକ୍ରମଣରେ ଗୁରୁତର ଆହତ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ  ।ନର୍ଲା:---------------  ( ତର୍ଜମା ନ୍ୟୂଜ )


ତା-୧୦-୧୨-୨୦୨୩

ଆଜି ରବିବାର ସକାଳ ୬ ଘଣ୍ଟା ସମୟରେ ନର୍ଲା ରେଞ୍ଜ ଅନ୍ତର୍ଗତ ଆମ୍ ପଡ଼ା ଗ୍ରାମ ନିକଟରେ ପ୍ରାୟ ୧୨ ଗୋଟି ଜଙ୍ଗଲି ହାତୀ ପଲ ଆସି କାନ୍ଦୁଲ ଏବଂ କପା ଚାଷ କୁ ନଷ୍ଟ କରୁଥିବା ବେଳେ ଖବର ପାଇ ନର୍ଲା ବନବିଭାଗ ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ନେତୃତ୍ଵ ରେ ଏକ ଟିମ୍ ପହଞ୍ଚି ହାତୀପଲ ଙ୍କୁ ଘୋଡାଉଥିବା ସମୟରେ ରେଞ୍ଜର ପ୍ରଶାନ୍ତ ପାଲ୍ ଙ୍କୁ ଏକ ହାତୀ  ଅଚାନକ ଆକ୍ରମଣ କରି ଗୁରୁତର ଭାବେ ଆହତ  କରିଥିଲା। ତୁରନ୍ତ  ଗ୍ରାମ ବାସୀ ଓ ବନ ବିଭାଗ କର୍ମଚାରୀ ମାନେ ଚେତାଶୁନ୍ୟ ରେଞ୍ଜର ପାଲ୍  ଙ୍କୁ   ଗୁରୁତର ଭାବେ ଉଦ୍ଧାର କରି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ  ।ଖବର ପାଇ ଡାକ୍ତର ଖାନରେ ଶ୍ରୀ ପାଲ୍ ଙ୍କ ସ୍ତ୍ରୀ ଓ ଝିଅ  ଡାକ୍ତର ଖାନାରେ ପହଞ୍ଚି ଥିଲେ, ଡାକ୍ତର ମାନଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ୱେ ରେଞ୍ଜର  ପାଲ ଙ୍କ ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ  ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ନର୍ଲା ମେଡିକାଲ ପକ୍ଷ ରୁ ସୂଚନା ମିଳିଛି । ନର୍ଲା ପୋଲିସ୍ ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମରେ ଶ୍ରୀ ପାଲ୍ ଙ୍କ ମୃତ ଦେହ  ପୋଷ୍ଟ ମଟମ ପାଇଁ ମ: ରାମପୁର କୁ ପଠାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe