କଲମପୁର:- ପୃଥକ ଘଟଣାରେ ଦୁଇ ମୃତ,
କଲମପୁର -:-----
(ତର୍ଜମା ନ୍ୟୁଜ)
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଦୁଇ ପୃଥକ ଘଟଣାରେ ଦୁଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହି ଥାନା ଅନ୍ତର୍ଗତ ବନ୍ଧକନା ଗ୍ରାମର ଗଙ୍ଗାରାମ ଶବରଙ୍କ ପୁଅ ସୁବାଷ ଶବର ( ୧୯) କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୁବାଷଙ୍କୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା,ଖବର ପାଇ ପୁଲିସ ପହଞ୍ଚି ଶବ ଜବତ ସହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ସେହିଭଳି ଦେପୁର ନିକଟରେ ବାଇକ ଦୁର୍ଘଟଣା ଯୋଗୁଁ ତିନିଜଣ ଆହତ ହୋଇଥିଲେ । ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁରୁତର ଦେପୁର ଗ୍ରାମର ହର ପ୍ରସାଦ ଚଳାନଙ୍କ ମୃତ୍ୟୁ ଘଟିଛି, ଆଜି ଶବ ଆଣି ପରିବାର ଲୋକେ ଥାନାରେ ଆସି ପହଞ୍ଚିଥିଲେ, ପରିବାର ଲୋକଙ୍କ ଦାବି ମୁତାବକ କୌଣସି ନିଷ୍କର୍ଷ ନ ବାହାରିବାରୁ (ଖବର ଲେଖାହେବା ପର୍ଯ୍ୟନ୍ତ) ଶବକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରଖାଯାଇଛି । ଆସନ୍ତାକାଲି ପଦକ୍ଷେପ ନେବାକୁ ପୁଲିସ କହିଥିବା ବେଳେ ମାମଳାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ସଜାଗ ରହିଛି ।



Post a Comment