କଲମପୁର ଥାନାରେ ୨ପୃଥକ ମାମଳାରେ ୨ ଗିରଫ !!
କଲମପୁର:-----
( ତର୍ଜମା ନ୍ୟୁଜ)
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ୨ପୃଥକ ମାମଲାରେ ୨ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଏହି ଥାନା ଅନ୍ତର୍ଗତ ବଡକୁଟୃ ଫାଣ୍ଡି ଅଧିନସ୍ତ ଖଣ୍ଡିଡଙ୍ଗରିଗୁଡା ଗ୍ରାମର ଜନୈକ ଯୁବକ ଜନୈକା ନାବାଳିକାକୁ ନେଇ ଗତ ୩ ମାସତଳେ ଫେରାର ହୋଇଥିଲେ । ଏନେଇ ପରିବାର ଲୋକେ ଥାନାରେ ମାମଲା ଦାୟର କରିଥିଲେ,ଉଭୟେ ନିଜ ଘରକୁ ଆସଥିବା ଖବର ପାଇ ପୁଲିସ ଚଢ଼ାଉ କରି ଉଭୟଙ୍କୁ ଥାନାକୁ ଆଣି ତଦନ୍ତ କରିଥିଲା, ଯୁବତୀ ନାବାଳିକା ହୋଇଥିବାରୁ ପୁଲିସ ସିଡବ୍ଳୁସିକୁ ହସ୍ତାନ୍ତର କରିବା ସହିତ ଅଭିଯୁକ୍ତ ନନ୍ଦିକିଶୋର ନିଆଲକୁ କୋର୍ଟ ଚାଲାଣ କରିଛି, ପ୍ରକାଶ ଯେ ଅଭିଯୁକ୍ତ ନନ୍ଦିକିଶୋର ପୂର୍ବରୁ ବିବାହିତ ଓ ୩ ତିନି ସନ୍ତାନର ଜନକ ବୋଲି ଜଣାପଡିଛି ।ସେହିଭଳି ଏହି ଥାନା ଅନ୍ତର୍ଗତ ବନ୍ଧକନା ଗ୍ରାମର ଜନୈକ ଯୁବକ ଜନୈକା ଯୁବତୀଙ୍କୁ ପ୍ରେମପ୍ରତାରଣା କରି ବିବାହ ପାଇଁ ମନା କରିବାରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ନୀଳାଞ୍ଚଳ ଛତ୍ରିଆ ଯୁବତୀଙ୍କୁ ବିବାହର ପ୍ରଳୋଭନ ଦେଖାଇ ଦୀର୍ଘଦିନ ହେବ ଶାରିରିକ ଶୋଷଣ କରିଆସୁଥିଲେ ।ପିଡିତା ବିବାହ ପାଇଁ ଜିଦ୍ ଧରିବାରୁ ଅଭିଯୁକ୍ତ ନୀଳାଞ୍ଚଳ ମନାକରି ଦେଇଥିଲେ ।ପିଡିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଭୟ ମାମଲାକୁ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ପରିଚାଳନା କରିଛନ୍ତି ।



Post a Comment