//BREAKING//
Loading...

ମଦ ଧରିବା କଲମପୁର ପୁଲିସକୁ ମହଙ୍ଗା ପଡିଲା, ଦଣ୍ଡ ଗଣିଲେ ଦଶହଜାର ଟଙ୍କା !!!

 ମଦ ଧରିବା କଲମପୁର ପୁଲିସକୁ ମହଙ୍ଗା ପଡିଲା, ଦଣ୍ଡ ଗଣିଲେ ଦଶହଜାର ଟଙ୍କା !!!


କଲମପୁର:----  (ତର୍ଜମା ନ୍ୟୁଜ)


 କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସକୁ ମଦ ଧରିବା ମହଙ୍ଗା ପଡିଛି । ଶେଷରେ ମାଟି କାମୁଡି ଦଶହଜାର ଟଙ୍କା ଦଣ୍ଡ ଗଣିଛନ୍ତି ।ମିଲିଥିବା ସୂଚନା ମୁତାବକ କଲମପୁର ଥାନା ଅଧିନସ୍ଥ ବଡକୁଟୃ ଫାଣ୍ଡି ପୁଲିସ ମାଠିଆପଡାରେ ମଦ ଜବତ କରିଥିଲେ ।ମାଠିଆପଡାରେ ଆଦିବାସୀ ମାନଙ୍କ ଗଣପର୍ବ ଟୋକିମରା ପାଇଁ ମଦ ଆଣି ପୂଜା ପାଠ କରୁଥିବା ବେଳେ ପୁଲିସ ପହଞ୍ଚି ମଦ ଜବତ କରିଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ମାଠିଆପଡାର ସମଗ୍ର ଗ୍ରାମବାସୀ  ଟୋକିମରାର ଗଡରା (ମେଣ୍ଡା) ଧରି ଆଜି ବଡକୁଟୃ ଫାଣ୍ଡିକୁ ଆସି ଦିନ ତମାମ ଘେରାଉ କରିଥିଲେ । ଗ୍ରାମବାସୀ ଙ୍କ ଅଭିଯୋଗ ଯଦିଓ ଆମେ ମଦ ଆଣି ରଖିଥିଲୁ ତାହା କୌଣସି ଅନ୍ୟ ଉଦ୍ଦେଶ୍ୟରେ ନୁହେଁ, ଆମ ସଂସ୍କୃତି, ପରମ୍ପରା ଓ ମାଟି ଦେବତାଙ୍କ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା ।ପୂଜାପୀଠ ଉପରେ ପୁଲିସ ପ୍ରବେଶ କରି ଆମ ଇଷ୍ଟଦେବୀଙ୍କୁ ଅସମ୍ମାନ କରିଛନ୍ତି ।ଦେବୀ ଅପବିତ୍ର ହୋଇଯାଇଛନ୍ତି ଏଭଳି ଅଭିଯୋଗ କରି ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଏଠାରୁ ହଟିବୁ ନାହିଁ ବୋଲି ଅଡିବସିଥିଲେ । ଶେଷରେ ଆଦିବାସୀଙ୍କ ରୋଷର ଶିକାର ହେବା ପୂର୍ବରୁ ପୁଲିସ ମୁଣ୍ଡ ନୁଆଇଁ ଦଶହଜାର ଟଙ୍କା ଦଣ୍ଡ ଦେବାକୁ ପ୍ରତିଶୃତି ଦେବାପରେ ଲୋକେ ଘେରାଉରୁ ହଟିଥିଲେ ।ଭାଟିବାଲାଙ୍କ ଇଙ୍ଗିତରେ ଏଭଲି ଘଟି ପୁଲିସ ଅପଦସ୍ତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।


କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe