//BREAKING//
Loading...

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପେଟ୍ରୋଲ ପମ୍ପ ମାଲିକ ଗିରଫ।

 ଗଞ୍ଜେଇ ଚୋରା  ଚାଲାଣ ଅଭିଯୋଗରେ ପେଟ୍ରୋଲ ପମ୍ପ ମାଲିକ ଗିରଫ।   


କଲମପୁର:------ (ତର୍ଜମା ନ୍ୟୁଜ )


 କଳାହାଣ୍ଡି ପୋଲିସ ଓ ଅବକାରୀ ବିଭାଗ ର ନାକ ତଳେ ଗଞ୍ଜେଇ ସମ୍ରାଟ ନିଜ ସାମ୍ରାଜ୍ୟ ବିସ୍ତାର କରି ଚାଲି ଥିବା ବେଳେ ପୋଲିସ୍ କିମ୍ଵା ଅବକାରୀ ବିଭାଗ ଟେର ପାଇ ନ ଥିଲା । ତେବେ  ମଧ୍ୟ ପ୍ରଦେଶ ପୋଲିସ ଗଞ୍ଜେଇ ସମ୍ରାଟ କୁ ଆସି ଗିରଫ କରି ନେବା ଘଟଣା କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୁଚନା ଅନୁଯାୟୀ ଏକ ଟ୍ରକରେ ୭୦କ୍ୟୁଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ   ମଧ୍ଯ ପ୍ରଦେଶ ଶିଉର୍ ଜିଲ୍ଲା  ଭେରୁନ୍ଦା ଥାନା ପୁଲିସ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିନସ୍ଥ ବାନେର ଝାଙ୍କରପଡା ସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ମାଲିକ କାଳିଆ କାଣ୍ଡଙ୍କୁ ତାଙ୍କ ନିଜ ପେଟ୍ରୋଲ ପମ୍ପରୁ ଗିରଫ କରିଛି  । ଏ ସଂପର୍କ ରେ ଭେରୁନ୍ଦା ଥାନା କେଶ ନମ୍ବର ୫୭୧/୨୩ ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି । କାଳିଆକୁ ଜୟପାଟଣା ଓ କଲମପୁର ଅଞ୍ଚଳର ଗଞ୍ଜେଇ ସମ୍ରାଟ ବୋଲି କୁହାଯାଏ । ସେ ବହୁତ କମ ସମୟରେ ବହୁ ସମ୍ପତ୍ତିର ମାଲିକ ହୋଇପାରି ଥିବା ବେଳେ  ବହୁ ଦିନରୁ ସେ ଗଞ୍ଜେଇ ଚୋରା ଚାଲାଣ କାରବାରରେ  ସମ୍ପୃକ୍ତ ଥିଲେ ହେଁ କଳାହାଣ୍ଡି ଜିଲ୍ଲା ଅବକାରି କିମ୍ବା ପୁଲିସ ଟେର ପାଇ ପାରୁ ନଥିଲେ ତାହା ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । 

ତେବେ ଏ ସମ୍ପର୍କରେ କଳାହାଣ୍ଡି ପ୍ରଶାସନ ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ କାଳିଆ ସହ ଆଉ କେଉଁ ମାନେ ନିଶା ଗଞ୍ଜେଇ କାରବାର ରେ ସଂପୃକ୍ତ ଜଣା ପଡିବ ବୋଲି ଆଲୋଚନା ହେଉଛି।


କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe