ପୂର୍ବତନ ମନ୍ତ୍ରୀ, ବିଜେଡ଼ି ର ବରିଷ୍ଠ ରାଜନେତା ଶ୍ରୀ ବଳଭଦ୍ର ମାଝୀ ଙ୍କ ଦଳ ରୁ ଇସ୍ତଫା !!!
ଭବାନୀ ପାଟଣା:---
( ତର୍ଜମା ନ୍ୟୁଜ)
ରାଜନୀତିକ ଜୀବନ ର ଆରମ୍ଭ 1989 ରୁ 2023 ଆଜି ଯାଏଁ ପୂର୍ବତନ ମନ୍ତ୍ରୀ , ବରିଷ୍ଠ ରାଜନେତା, ଆଦରଣୀୟ ବଳଭଦ୍ର ମାଝି ଦୀର୍ଘ 35 ବର୍ଷ ଧରି ବିଜୁ ବାବୁ ଙ୍କୁ ନିଜ ଆଦର୍ଶ ଭାବେ ଗ୍ରହଣ କରି ବିଜୁ ଵାବୁ ଙ୍କ ଅତି ଆପଣା ର ପୂର୍ବତନ ରାଜ୍ୟ ଯୁବ ସଭାପତି , ପୂର୍ବତନ ମନ୍ତ୍ରୀ ଓ କଳାହାଣ୍ଡି ଜିଲ୍ଳାର ଅନ୍ୟତମ ସୁଯୋଗ୍ୟ ସନ୍ତାନ, ବରିଷ୍ଠ ରାଜନେତା ଶ୍ରୀ ବଳଭଦ୍ର ମାଝୀ ବିଜେଡ଼ି ରେ ଅବହେଳା ଅଭିଯୋଗ କରି ଦଳ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତାଫା ଦେଈ ଥିବା ଜଣା ପଡିଛି। ବିଜୁ ବାବୁ ଙ୍କ ଘନିଷ୍ଟ ରାଜନୈତିକ ଦାୟାଦ, ସହଯୋଗୀ, ବିଜେଡ଼ି ଦଳ ର ପ୍ରତିଷ୍ଠାତା ସଦସ୍ୟ ଆଜି ବିଜେଡ଼ି ଦଳ ର ପ୍ରାଥମିକ ସଦସ୍ୟତା ରୁ ଇସ୍ତଫା ଘଟଣା ରାଜ୍ୟ ଓ ଜିଲ୍ଲା ରାଜନୀତି ରେ ହଟ ଚମଟ ସୃଷ୍ଟି କରିଛି । ଯେଉଁ ଦଳ ପାଇଁ ନିଜକୁ ଆଜୀବନ ସମର୍ପି ଦେଇଥିଲେ, ସେ ଦଳ କୁ ଛାଡ଼ିବା ନିଷ୍ପତ୍ତି କେତେ ଯେ, କଷ୍ଟ ଓ ବେଦନା ଦାୟକ ତାହା ବଳଭଦ୍ର ମାଝି ନିଶ୍ଚିତ ଭାବରେ ଅନୁଭବ କରି ପାରିଛନ୍ତି।
ଏ ସଂପର୍କ ରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗ ଯୋଗ ହୋଇ ପାରି ନାହିଁ । ତେବେ ଆଗାମୀ ଦିନରେ କଳାହାଣ୍ଡି ରାଜନୀତି କେଉଁ ମୋଡ ନେବ ଦେଖିବାକୁ ବାକି ରହିଲା ।




Post a Comment