//BREAKING//
Loading...

ଦୁର୍ଗମ ଅଂଚଳରେ ବସ୍ତ୍ର ଦାନ କଲା ଜ଼ିଲ୍ଲା ସାମ୍ବାଦିକ ସଂଘ


 ରାୟଗଡା :- ରାୟଗଡା ଜ଼ିଲ୍ଲା ସୀମାନ୍ତ ତଥା ବନ୍ଧୁଗାଁ ବ୍ଲକ ର ମଞ୍ଚାପଦର ଗାଁ ଠାରେ ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ଗ୍ରାମବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି | ମାନବ ସେବା ହିଁ ଭବିଷ୍ୟତ ଶାନ୍ତିର ପଥ ଏଣୁ ଏଭଳି ଚିନ୍ତାକୁ ଅନୁସରଣ କରି ଜ଼ିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଡକ୍ଟର ବାଦଲ କୁମାର ତା ନେତୃତ୍ବରେ ପୂର୍ବରୁ ନିୟମଗିରି ଅଂଚଳର ମଣ୍ଡା, ରାୟଗଡ ବ୍ଲକର ବଡ଼ମାଣଧରା,ଭଳି ଅନେକ ଦୁର୍ଗମ ଅଂଚଳରେ ବସ୍ତ୍ର ଦାନ କାର୍ଯ୍ୟକ୍ରମକୁ ମନ୍ତ୍ରରୂପେ ଗ୍ରହଣ କରି ଏଭଲି କାର୍ଯ୍ୟ ସଙ୍ଘ ଜାରି ରଖିଥିବା ବେଳେ ଆଜି ମଞ୍ଚାପଦର ଗ୍ରାମର ୧୦୦ ରୁ ଅଧିକ ପରିବାର କୁ ମହିଳା ଙ୍କ ପାଇଁ ଶାଢ଼ୀ, ପୁରୁଷ ଙ୍କ ପାଇଁ ଲୁଙ୍ଗି, ଚାଦର ଓ ଛୋଟ ଛୁଆଙ୍କ ପାଇଁ ବସ୍ତ୍ର ବଣ୍ଟନ କରାଗଲା

ଏହି କାର୍ଯ୍ୟକ୍ରମ ରେ ଗାଁ ର ବରିଷ୍ଠ ତାସହିତ ସେଇ ଗାଁ ର ୱାର୍ଡ ମେମ୍ବର ଉପସ୍ଥିତ ରହି ସହଯୋଗ କରିଥିଲେ | ଜ଼ିଲ୍ଲା ସାମ୍ବାଦିକ ସଂଘ ର ଏହି ପ୍ରୟାସ ରେ ଗ୍ରାମବାସି ଖୁସି ହେବା ସହ ସାଧାରଣରେ ସଂଘ ପାଇଁ ପ୍ରଶଂସା ର ସୁଅ ଛୁଟିଛି | ସଂଘର ସଭାପତି ଡକ୍ଟର ତାହା ଙ୍କ ସମେତ, ବରିଷ୍ଠ ସାମ୍ବାଦିକ ଅଜୟ ରଥ, ସଦସ୍ୟ ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା ଓ ଏମ ବିଦ୍ୟା ସାଗର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ସ୍ଥାନୀୟ ସମାଜସେବୀ ପ୍ରଦୀପ୍ତ ସେନାପତି ,ମହିଳା ସମାଜ ସେବୀ କାନ୍ତାମଣି କୁଲେସିକା ସହଯୋଗ କରିଥିଲେ। ସଂଘ ର ଏକ ମୂଳ ଉଦେଶ୍ୟ ହେଲା ଅପହଞ୍ଚ ଜାଗାରେ ପହଞ୍ଚି ସେଠାରେ ଲୋକଙ୍କୁ ମୌଳିକ ସୁବିଧା ମିଳୁଛି କିମ୍ବା ନାହିଁ ଜାଣିବା | ଏଣୁ ସେବା ଏକ ମାଧ୍ୟମ ଲୋକଙ୍କ ନିକଟତର ହେବା ବାର୍ତ୍ତା ଦେଇ ଆଗକୁ ଏପରି କାର୍ଯ୍ୟକ୍ରମ ସଂଘ ତରଫରୁ ହାତକୁ ନିଆଯିବା ନେଇ ସଂଘ ର ସଭାପତି ଡକ୍ଟର ତାହା ସୂଚନା ଦେଇଛନ୍ତି |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe