ଭବାନୀ ପାଟଣା:----( ତର୍ଜମା ନ୍ୟୁଜ) ଅଣ୍ଡାର ସ୍ଥାନୀୟ ବଜାର ଦର ରୁ କମ ମୂଲ୍ୟ ଯୋଗାଇ ଦିଆ ଯାଉଥିବା ହେତୁ ସଠିକ ପରିମାଣ ଅଣ୍ଡା ଦିଆ ଯାଉ ନାହି । ନିର୍ଦ୍ଧାରିତ ଓଜନ ଠାରୁ କମ ପରିମାଣ ରେ ବାଳି ମିଶା ମୁଢି ୫ ଶହ ଗ୍ରାମ, ଓ ମଇଳା ମିଶା ଚଣା ୭ ରୁ ୮ ଶହ ଗ୍ରାମ, ଖଜୁରୀ ୨୫୦ ଗ୍ରାମ, ଏବଂ ରାଶି ଲଡୁ ବଦଳରେ ଚୀନାବାଦାମ ଚକି ୨୫୦ ଗ୍ରାମ ଓଜନର ପକେଟ ଯୋଗାଣ । ସରକାର କିଶୋରୀ ବାଳିକା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଉଦ୍ଦେଶ୍ୟରେ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରି ଥିବା ବେଳେ ଯୋଗାଣ କାରୀ ସଂସ୍ଥା ର ଖାମଖିଆଳି ମନୋ ଭାବ ଯୋଗୁଁ ହିତାଧିକାରୀ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଅଣ୍ଡାର ସ୍ଥାନୀୟ ବଜାର ଦର ଠାରୁ କମ ମୂଲ୍ୟ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଇ ଦିଆ ଯାଇ ଅଣ୍ଡା ଯୋଗାଇ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ପ୍ରତି ମାସରେ ନିର୍ଦ୍ଧାରିତ ୧୬ ଟି ଅଣ୍ଡା ବଦଳରେ ୧୦ ଟି ଅଣ୍ଡା ହିତାଧିକାରୀ ଙ୍କୁ ଦିଆ ଯାଉଥିବା କୁହାଯାଉଛି |ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା ପ୍ରଣଯନ କରୁଛନ୍ତି କିନ୍ତୁ ସେସବୁ ଏହି ଯୋଗାଣ କାରୀ ସଂସ୍ଥା ର ନୀରବତା ଯୋଗୁ ସଫଳ ହୋଇ ପାରୁନାହିଁ , କଳାହାଣ୍ଡି ଜିଲ୍ଲା ରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଯୋଗାଣ କାରି ସଂସ୍ଥା ଚାଉଳ ଯୋଗାଣ ଦାୟିତ୍ବ ନେଇଥିବା ବେଳେ ନିୟମିତ ଭାବରେ ଚାଉଳ ଯୋଗାଣ କରୁଣ ଥିବା ଅଭିଯୋଗ ହେଉଛି । ଗତ ସେପ୍ଟେମ୍ବର ୨୦୨୩ ମାସରେ ବକେୟା ଦୁଇ ମାସର ଚାଉଳ ଦେବା ପରେ ନଭେମ୍ବର ମାସରେ ପୁଣି ବକେୟା ଦୁଇ ମାସର ଚାଉଳ ଦେଇଥିବା ଜଣାପଡିଛି । ପିଛିଲା ଭାବରେ ଚାଉଳ ଦେବା ଫଳରେ ଅଙ୍ଗନବାଡି କର୍ମୀ ମନେ ସମୟ ସମୟରେ ନିଜ ଘରୁ ଚାଉଳ ଆଣି ମଧ୍ୟ ରନ୍ଧା ଖାଦ୍ୟ ଦେଇଥିବା ଅନେକ ଉଦାହରଣ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ମହିଳା ସୁପରଭାଇଜର ମନେ ନିୟମିତ ଭାବେ ତଦାରଖ କରୁ ନ ଥିବା ହେତୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା କୁହଯାଉଛି ।
ଏହା ବ୍ୟତୀତ ପୁଷ୍ଟିକର ଖାଦ୍ଯ ଯୋଜନାରେ ସରକାର ଗର୍ଭବତୀ ମହିଳା ଓ କିଶୋରୀ ବାଳିକା ବାଳିକା ମାନଙ୍କୁ ପୁଷ୍ଟିକର ମୁଢି, ଭଜା ଚଣା,ରାଶି ଲଡୁ, ଖଜୁରୀ ଓ ଅଣ୍ଡା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ଛତୁଆ ଯୋଗାଉଥିବା ଏସ ଏଚ ଜି ମାନଙ୍କୁ ଅଣ୍ଡା ବ୍ୟତୀତ ସବୁ ସାମଗ୍ରୀ ଅଙ୍ଗନୱାଡି କେନ୍ଦ୍ର ମାନଙ୍କୁ ଯୋଗାଇ ଦେବାକୁ ଦାୟିତ୍ବ ଦିଆ ଯାଇଛି । ହେଲେ ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ଓଜନ ଠାରୁ କମ ପରିମାଣ ରେ ବାଳି ମିଶା ମୁଢି ୫ ଶହ ଗ୍ରାମ, ଓ ମଇଳା ମିଶା ଚଣା ୭ ରୁ ୮ ଶହ ଗ୍ରାମ, ଖଜୁରୀ ୨୫୦ ଗ୍ରାମ, ଏବଂ ରାଶି ଲଡୁ ବଦଳରେ ଚୀନାବାଦାମ ଚକି ୨୫୦ ଗ୍ରାମ ଓଜନର ପକେଟ ସବୁ ଯୋଗାଇ ଦେଉଥିବା ଦେଖା ଯାଉଛି । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ଜିଲ୍ଲା ସାରା ହଜାର ହଜାର ସଂଖ୍ୟା ରେ ଏସ ଏଚ ଜି ଥିବା ବେଳେ ପୂର୍ବରୁ ପ୍ରତି ବ୍ଲକ ରେ ଗୋଟିଏ ଦୁଇଟି ଏସ ଏଚ ଜି କୁ ଛତୁଆ ଯୋଗାଣ ଦାୟିତ୍ବ ଦେଇଥିବା ବେଳେ କେବଳ ସେହି ଏସ ଏଚ ଜି ମାନଙ୍କୁ ହିଁ ଲାଭ ଦାୟକ ସାମଗ୍ରୀ ମୁଢି, ଚଣା, ଖଜୁରୀ ଇତ୍ୟାଦି ଯୋଗାଣ ଦାୟିତ୍ବ ଦେଇଥିବା ବେଳେ କେବଳ ସ୍ଥାନୀୟ ବଜାର ଦରରେ ଅଧିକ ମୂଲ୍ୟ ଥିବା ଅଣ୍ଡା ଦେବା ପାଇଁ କର୍ମୀ ମାନଙ୍କୁ ଟଙ୍କା ଯୋଗାଇ ଦେବା ବ୍ୟବସ୍ଥା ରୁ ଦୁର୍ନୀତି ର ଗନ୍ଧ ବାରି ହୋଇ ପଡୁଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।
ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଉଚ୍ଚ କର୍ତ୍ତୃ ପକ୍ଷ ଙ୍କୁ ଜଣାଇ ଦେଇଥିବା ପ୍ରକାଶ କରିଛନ୍ତି ।
Post a Comment