//BREAKING//
Loading...

ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ: ପାଞ୍ଚଲକ୍ଷ ଟଙ୍କା, ବାଇକ ଓ ନାବାଳକ ଗିରଫ!!!

 ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ: ପାଞ୍ଚଲକ୍ଷ ଟଙ୍କା, ବାଇକ ଓ ନାବାଳକ ଗିରଫ!!!



ଭବାନୀ ପାଟଣା:----

(ତର୍ଜମା ନ୍ୟୁଜ)


ଗତ ଜାନୁଆରୀ ୨୪ ତାରିଖ ଦିନ ଭବାନୀ ପାଟଣା , ବାଲାଜୀ ମନ୍ଦିର ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ନିକଟରେ ଥିବା ଅନନ୍ତ ପାତ୍ର ଙ୍କ ଘର ପରିସର ରୁ ବ୍ୟାଗ୍ ଭର୍ତ୍ତି  ୫ ଲକ୍ଷ ୫୦ ହଜାର ଟଙ୍କା  ଲୁଟ ଘଟଣାର ପରଦା ଫାସ କରିଛି ଟାଉନ୍ ଥାନା ପୋଲିସ୍ ।

          ପ୍ରାପ୍ତ ସୁଚନା ଅନୁଯାୟୀ, ବ୍ୟାଙ୍କ୍ ରୁ ଟଙ୍କା ଉଠେଇ ଅନନ୍ତ ପାତ୍ର ନିଜ ଘରକୁ ଫେରି ଥିଲେ । ଘର ପରିସର ରେ ବାଇକ ରଖି ଭିତରକୁ ଟଙ୍କା ବ୍ୟାଗ ଧରି ଯିବା ସମୟ ରେ ପଛ ପଟୁ ହଟାତ ଜଣେ ଯୁବକ ଟଙ୍କା ବ୍ୟାଗ ଛଡାଇ ଫେରାର ମାରିଥିଲେ। ଲୁଟେରା ମାନେ ବ୍ୟାଙ୍କ ରୁ ପିଛା କରିଥିଲେ ।

      ଏ ସଂପର୍କ ରେ ଅନନ୍ତ ପାତ୍ର ଟାଉନ୍ ଥାନା ରେ ଏକ ଲିଖିତ ଆଭିଯୋଗ କରିଥଲେ । ପୋଲିସ ପକ୍ଷରୁ ଟାଉନ୍ ଥାନା କେଶ ନମ୍ବର 27/24  କେଶ ରୁଜୁ କରିଥିଲେ ।

ପୋଲିସ୍ ପକ୍ଷରୁ ସି ସି ଟିଭି ଫୁଟେଜ ଆଧାର ରେ ସ୍ୱତନ୍ତ୍ର ଟିମ୍ ଗଠନ କରି ଗଞ୍ଜାମ ଓ ଛତିଶଗଡ଼ ଯାଏ ତଦନ୍ତ ଆରମ୍ଭ କଲେ । ଶେଷ ରେ ଛତିଶ ଗଡ଼  ର ଭିମଖୋଜ ରୁ ଜଣେ ନାବାଳକ ମୁଖ୍ୟ ଅଭିଯୁକ୍ତ, ପାଞ୍ଚ ଲକ୍ଷ ଟଙ୍କା ଓ ଏକ କଳା ଆପାଚି ବାଇକ ଜବତ କରିବାରେ ସଫଳ ହୋଇଛନ୍ତି।

ଏହି ଘଟଣାରେ ଆହୁରି ଦୁଇଜଣ ସଂପୃକ୍ତ ଥିବା ଓ ଅତିଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଟାଉନ ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ହିଆଳ ପ୍ରକାଶ କହିଛନ୍ତି। ଜିଲ୍ଲାରେ ଟ୍ରେନିଙ୍ଗ ରେ ଥିବା ଆଇ ପି ଏସ୍ ଅଧିକାରୀ ଆଜୀଙ୍କ୍ୟ ମାନେ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ୍, ସବ_ଇନ୍ସପେକ୍ଟର ତପନ କାଲୋ ପ୍ରମୁଖ ଉପସ୍ଥିତ ରହି ଥିଲେ । ପୋଲିସ୍ ପକ୍ଷରୁ ଏପରି ଦିନ ଦ୍ଵି ପହର ରେ  ଘର ସମ୍ମୁଖ ରୁ ଟଙ୍କା ବ୍ୟାଗ୍ ଲୁଟ ଘଟଣା ର ପର୍ଦ୍ଦାଫାଶ କରି ପାରି ଥିବାରୁ ସାଧାରଣ ରେ ପୋଲିସ୍ ପ୍ରତି ଆସ୍ଥା ବୃଦ୍ଧି ପାଇଥିବା ବେଳେ ଟାଉନ ଥାନା ଅଧିକାରୀ ଶ୍ରୀ ହିଆଲ ଟଙ୍କା ଉଠାଇ ଆଣିବା ଓ ନେବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe