//BREAKING//
Loading...

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ

ଜୁନାଗଡ଼:- (ତର୍ଜମା ନ୍ୟୁଜ ବ୍ୟୁରୋ) ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ଆଜି ପଣ୍ଡରାମାଳି ଯୁବ ବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ସନ୍ୟାସୀ କୁଣ୍ଡାମାଲ ସ୍ଥିତ ଜାତୀୟ ରାଜପଥ ସନ୍ନିକଟ ନିଜସ୍ୱ ଜମି ରୁ 50 ଡିସମିଳ ଜମି ପଣ୍ଡରାମାଳି ସମାଜ କୁ ରେଜିଷ୍ଟ୍ରେସନ କରି ଦାନ କରିଛନ୍ତି l ଆଜି ଉକ୍ତ ଜମି ରେଜିଷ୍ଟ୍ରେସନ ହେବା ପରେ ଜମି ର ପଟ୍ଟା ପଣ୍ଡରାମାଳି ସଭାପତି ଶ୍ରୀ ଈଶ୍ୱର ପୁଝାରୀ, ବରିଷ୍ଠ ସଭ୍ୟ ପ୍ରକାଶ ନାଏକ, ପ୍ରମୋଦ ପୁଝାରୀ କୁ ହସ୍ତାନ୍ତର କରିଛନ୍ତି l ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ରାଶି ରୁ ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ 50 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏଣୁ ପଣ୍ଡରାମାଳି ସମାଜ ସଭାପତି ଶ୍ରୀ ଈଶ୍ୱର ପୁଝାରୀ ଓ ଯୁବବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe