//BREAKING//
Loading...

ପଲିଥିନ ଛାଉଣି --ଝାଟିମାଟି ଚାଳ ଘରେ ପରିବାର : ବିକାଶ ର ନଗ୍ନ ଚିତ୍ର --ଗୁହାରି ଶୁଣୁନାହାନ୍ତି ସରକାର !!!

 ପଲିଥିନ ଛାଉଣି --ଝାଟିମାଟି ଚାଳ ଘରେ ପରିବାର : ବିକାଶ ର ନଗ୍ନ ଚିତ୍ର --ଗୁହାରି ଶୁଣୁନାହାନ୍ତି ସରକାର !!!


ଗୋଲାମୁଣ୍ଡା:---

( ତର୍ଜମା ନ୍ୟୁଜ )


କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ପଞ୍ଚାୟତ ର ଗ୍ରେଣ୍ଡୁଲ ଗ୍ରାମର, ବଳଦେବ ବନ୍ଦିଛୋଡ ଙ୍କ ପରିବାର କହିଲେ ଦୁଇ ସନ୍ତାନ ସହିତ ବାପା ଓ ମାଁ । ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ଦିନ ମଜୁରୀ କରି କୌଣସି ପ୍ରକାରେ ଚଳି ଆସୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ର ଡିଣ୍ଡିମ ପିଟୁ ଥିବା ବେଳେ  ଏହି ଚାରି ପ୍ରାଣୀ କୁଟୁମ୍ବ ଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଝାଟିମାଟି ପଲିଥିନ ଛାଉଣି ଚାଳ ଘରେ ରହି ଜୀବନ ଜୀବିକା ସଂଗ୍ରାମ କରିବାକୁ ପଡୁଛି,।ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ମାଳମାଳ ସରକାରୀ ଯୋଜନା କାର୍ଯ୍ୟକାରି କରୁଥିଲେ ହେଁ ପାଇବା ଲୋକ ବାରମ୍ବାର ପାଉଛନ୍ତି । ଅନେକ ଅଯୋଗ୍ୟ ବି ପାଇବାରେ ସକ୍ଷମ ହେଉଛନ୍ତି କିନ୍ତୁ  ପ୍ରକୃତ ଯୋଗ୍ୟ ହିତାଧିକାରୀ କେଉଁ କାରଣରୁ ବଞ୍ଚିତ ହେଉଛନ୍ତି,ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ? ଏହି ଦୃଶ୍ୟକୁ ନିରିଖେଇ ଦେଖିଲେ କେମିତି ଆର୍ଥିକ ଅନଗ୍ରର ବ୍ୟକ୍ତିଙ୍କ ପାଖକୁ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଯାଉଛି ,ତାହା ଆପେ ଆପେ ବାରି ହୋଇ ପଡ଼ୁଛି ।ସବୁଠୁ ଗରିବ ଅନ୍ତୋଦୟ କାର୍ଡ ପାଇଥିବା ଏହି ପରିବାର   ବର୍ଷ ବର୍ଷ ଧରି ଏହି ପଲିଥିନ ତଳେ ରହିଆସୁଛନ୍ତି । ସରିଶୃପ ଓ ଅନେକ ବିଷାକ୍ତ କିଟ ପତଙ୍ଗ ଭୟ ସହିତ ଶୀତ ଖରା ବର୍ଷାର ଦାଉ ସବୁ କିଛି ସହି ରହିବାକୁ  ପଡୁଛି  ଏମାନଙ୍କୁ।ଘର ଖଣ୍ଡିଏ ପାଇଁ ପଞ୍ଚାୟତରୁ ବ୍ଳକ ଓ ବ୍ଳକ ଅଫିସ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଗୁହାରି କରି ଆସୁଛନ୍ତି ହେଲେ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି । ନିୟମ ମୁତାବକ ଯେ କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହଁ, ସମସ୍ତଙ୍କର ପକ୍କା ଘର ହେବ,ଏହା କେବଳ ଯୋଜନା ଫଳକରେ ହିଁ ସୀମିତ ରହି  ଯାଇଛି। ଏଥିପାଇଁ ତ ଏଭଳି ଗରିବ ଯୋଗ୍ୟ ହିତାଧିକାରୀ ପାଖକୁ ଏହି ବାସଗୃହ ଯୋଜନା ଅପହଞ୍ଚ ହୋଇ ରହି ଯାଇଛି । ଏମିତି କେତେ  ଯେ ଗରିବ ନିରୀହ ଅସହାୟ ଲୋକ ମାନେ ସରକାର ଙ୍କ ଠାରୁ ଯେଉଁ ସବୁ ପ୍ରକାର ଯୋଜନା ର ବ୍ୟବସ୍ଥା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଅଛନ୍ତି ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରୀ ବାବୁ ମାନେ କେତେ ଯେ, ସକ୍ଷମ ହୋଇ ଅଛନ୍ତି ତାହା ବୁଦ୍ଧିଜିବୀ ମହଲ ରେ ପ୍ରଶ୍ନ ଉଠୁଛି। ଜିଲ୍ଳା ପ୍ରଶାସନ ଏହି ପରିବାର ପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।




Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe