//BREAKING//
Loading...

ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲ୍ଲିକୋଟ ଶାଖାର ବୈଠକ, କର୍ମକର୍ତ୍ତା ନିର୍ବାଚନ !!!

 ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲ୍ଲିକୋଟ ଶାଖାର ବୈଠକ, କର୍ମକର୍ତ୍ତା ନିର୍ବାଚନ !!!


ଖଲ୍ଲିକୋଟ :-----

( ତର୍ଜମା ବ୍ୟୁରୋ)


 ସ୍ଥାନୀୟ ଅମରେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ହିନ୍ଦ୍‌‍ ମଜଦୁର ସଭା (ଏଚଏମଏସ) ସହିତ ଅନୁବନ୍ଧିତ ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲିକୋଟ ଶାଖାର ସାଧାରଣ ପରିଷଦ ବୈଠକ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଏଚଏମଏସର ଉପସଭାପତି ରବି ରଥ, ସମ୍ପାଦକ ରାଜେନ୍ଦ୍ର ଦାଶ, ଯୁବ ସାମ୍ୱାଦିକ ଅରୁଣ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ରାଜୀବ ଖାଡ଼ଙ୍ଗା ପ୍ରମୁଖ ଉପସ୍ଥିତ ରହି କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଉପସଭାପତି ଶ୍ରୀ ରଥ ଓଡ଼ିଶାର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ 2013 ମସିହାରୁ ସଂଶୋଧନ କରାଯାଇନଥିବାରୁ ଏହି କର୍ମଚାରୀମାନେ ନିଜ ପ୍ରାପ୍ୟ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ କର୍ମଚାରୀମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ  କରିବା ପାଇଁ ଦାବି କରିଥିଲେ । ସମ୍ପାଦକ ଶ୍ରୀ ଦାଶ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଆଇନ ଏବଂ ଏହାର କାର୍ଯ୍ୟକାରୀତା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବା, ଇପିଏଫ ଓ ଇଏସଆଇ କର୍ମଚାରୀ କ୍ଷେତ୍ରରେ ଲାଗୁ କରିବା, ପୋଷାକ ଭତ୍ତା  ଏବଂ କର୍ମଚାରୀମାନଙ୍କ ସ୍ଥାୟିତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଗାମୀ ଦୁଇ ବର୍ଷ ପାଇଁ ଠିକା ସଫେଇ ମଜଦୁର ସଭା କର୍ମକର୍ତ୍ତା ନିର୍ବାଚନ କରାଯାଇ ବିପିନ ବିହାରୀ ସାମନ୍ତ ସଭାପତି, ପୂର୍ଣ୍ଣଚନ୍ଦ୍ର ବେହେରା ସାଧାରଣ ସମ୍ପାଦକ, ରାଜୀବ ଖାଡ଼ଙ୍ଗା କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯିବା ସହିତ 11 ଜଣଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଖୁବଶୀଘ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସଭାପତି ଶ୍ରୀ ବେହେରା ପ୍ରକାଶ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe