//BREAKING//
Loading...

ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର !!

 ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର !!


ଜୁନାଗଡ଼ :---- ( ତର୍ଜମା ନ୍ୟୁଜ )


 କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ  ଆଜି ଜୁନାଗଡ଼ ଏନ ଏ ସି କାର୍ଯ୍ୟନିର୍ବାହୀଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନକରିଥିଲେ । ରାଜ୍ୟସରକାର ଙ୍କ ଜାଗା ମିଶନ ଯୋଜନା ଅନୁଯାୟୀ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ ଦାବିରେ ଜୁନାଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜୁନାଗଡ଼ ଏନ ଏ ସି ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଭିଟାମାଟି ସୁରକ୍ଷା ମଞ୍ଚ ର ସଭାପତି ବିଶ୍ୱନାଥ କର ଙ୍କ ଆବାହନ ରେ ଜୁନାଗଡ଼ ଅଞ୍ଚଳର ହଜାର ହଜାର ଭୂମିହୀନ ପୁରୁଷ ଓ ମହିଳା ସାମିଲ ହୋଇଥିଲେ l୩୦୦୦ରୁ ଉର୍ଦ୍ଧ୍ବ ଭୂମି ହୀନ ପରିବାର ଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଯୋଗାଇ ଦେବାପାଇଁ ସ୍ଥାନୀୟ କାର୍ଯନିର୍ବାହୀ ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜନମ ମାଟି ସୁରକ୍ଷା ସମିତିର ସଭାପତି  ବିଜୟ ସାହୁ, ସମାଜସେବୀ ଦାମୋଦର ବେହେରା, ରମେଶ ଚନ୍ଦ୍ର ନାୟକ, ଟିକେଶ୍ୱର୍ ବେହେରା,ଧବଳେଶ୍ଵର ଚଣ୍ଡୀ, ଦିବ୍ୟଚନ୍ଦ୍ର କୈବର୍ତ୍ତ,  ଯୋଗେଶ୍ୱର କୁମାର୍, ହିଙ୍ଗୁଲେଶ୍ୱର୍ ଶେଠ୍, ଦମୟନ୍ତୀ ସରାଫ, ତଥା ୧୮ ଗୋଟି ବିସ୍ଥାପିତ ଅଞ୍ଚଳର ସଭାପତି ଓ ସମ୍ପାଦକ ପ୍ରଭୁତି ଉପସ୍ଥିତ ରହି ଦାବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ଦାମୋଦର ବେହେରା ଧନ୍ୟବାଦ୍ ଅର୍ପଣ କରି ଦାବୀ ପତ୍ର ପ୍ରଦାନ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe