//BREAKING//
Loading...

ଓଡ଼ିଶାର ୧୮ଟି ଲୋକସଭା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ନଜର ପକାନ୍ତୁ ପ୍ରାର୍ଥୀଙ୍କ ନାଁ ଉପରେ

 


ଘୋଷଣା ହୋଇଛି ବିଜେପିର ଓଡ଼ିଶା ଲୋକସଭା ପ୍ରାର୍ଥୀଙ୍କ ତାଲିକା । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବିରୋଧୀ ବିଜେଡି ଓ କଂଗ୍ରେସର ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସାରା ଦେଶ ପାଇଁ ବିଜେପି ଆଜି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏହି ତାଲିକାରେ ଓଡିଶାର ୧୮ଟି ଲୋକସଭା ଆସନର ପ୍ରାର୍ଥୀ ରହିଛି । ତେବେ ୩ଟି ଆସନ କଟକ, ଯାଜପୁର ଏବଂ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ।ନଜର ପକାଇ ନିଅନ୍ତୁ ଘୋଷଣା ହୋଇଥିବା ଲୋକସଭା ଆସନ ଓ ପ୍ରାର୍ଥୀଙ୍କ ନାଁ । 

ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ବରଗଡ଼ରୁ ପ୍ରଦୀପ ପୁରୋହିତ, କେନ୍ଦୁଝରରୁ ଅନନ୍ତ ନାୟକ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବ ଚରଣ ମାଝି, ଭଦ୍ରକରୁ ଅଭିମନ୍ୟୁ ସେଠୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, କୋରାପୁଟରୁ କାଳିରାମ ମାଝୀ ପ୍ରାର୍ଥୀ ହୋଇଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe