//BREAKING//
Loading...

କଂଗ୍ରେସ କ୍ଷମତା ଆସିଲେ କଂଗ୍ରେସ ର ଗ୍ୟାରେଣ୍ଟି ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବ !!!

 କଂଗ୍ରେସ କ୍ଷମତା ଆସିଲେ କଂଗ୍ରେସ ର ଗ୍ୟାରେଣ୍ଟି ନ୍ୟାୟ  ଯୋଜନା କାର୍ଯ୍ୟକାରୀ କରିବ !!! ଭବାନୀପାଟଣା:----------

( ତର୍ଜମା ନ୍ୟୁଜ )

 ଭବାନୀ ପାଟଣା ସ୍ଥିତ  କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ର ଗ୍ୟାରେଣ୍ଟି ନ୍ୟାୟ ଯୋଜନା ସଂପର୍କରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଆଇସିସି ଙ୍କ ନିର୍ଦ୍ଦେଶ କ୍ରମେ ପି ସି ସି ତରଫରୁ ନଅ ସୁତ୍ରୀ ଗ୍ୟାରେଣ୍ଟି ନ୍ୟାୟ ଯୋଜନା ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ବିଜେଡି ଓ ବିଜେପି ସରକାର ଙ୍କ ଶାସନ ସମୟରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ବୃଦ୍ଧି ପାଇଛି ।ଏଣୁ କଂଗ୍ରେସ ଓଡିଶା ରେ କ୍ଷମତା କୁ ଆସିଲେ କୃଷକ ର ବିକାଶ ପାଇଁ ଧାନ ର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି 3000 ଟଙ୍କା, କୃଷି ରୁଣ ଛାଡ, କୃଷକ ମାନଙ୍କ ପାଇଁ ମାସିକ ପେନସନ 2000 ଟଙ୍କା, ପ୍ର୍ୟତେକ ଘରୋଇ ଉପ ଭୋକ୍ତା ଙ୍କ ପାଇଁ 200 ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ,5 ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ତା, ବେକାରୀ ଭତ୍ତା ମାସିକ 3000 ଟଙ୍କା, ସମସ୍ତ ମହିଳା ସ୍ଵୟମ ସହାୟକ ଗୋଷ୍ଠୀ ଙ୍କ ବ୍ୟାଙ୍କ୍ ରୁଣ ଛାଡ, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତେକ ଘର ର ମୁଖ୍ୟ ମହିଳା ଙ୍କୁ ମାସିକ ଭତ୍ତା 2000 ଟଙ୍କା, ପ୍ରତି ପରିବାରକୁ ମାସକୁ 500 ଟଙ୍କା ରେ ଗୋଟିଏ ସିଲିଣ୍ଡର, ସରକାରୀ କର୍ମଚାରୀ ଙ୍କ ସମେତ ସମସ୍ତଙ୍କ ପାଇଁ 25 ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ,ବିଧବା ଓ ବିକଳାଙ୍ଗ ଭତ୍ତା ମାସିକ 2000 ଟଙ୍କା  ରାଜ୍ୟରେ ଜାତିଭିତ୍ତିକ ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ଙ୍କ ପାଇଁ 27 ପ୍ରତିଶତ ସରଂକ୍ଷଣ ବ୍ୟବସ୍ତା କରିବ ବୋଲି ନିର୍ବାଚନ ଗ୍ୟାରେଣ୍ଟି ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ଶ୍ରୀ ବେମାଲ ପ୍ରକାଶ କରିଥିଲେ । ଏହି  ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ଉପ ସଭାପତି ମହମ୍ମଦ ଅଲ୍ଲୀ, ଉତ୍ସଵ ସାହୁ, ଜିଲ୍ଲା ସାଧାରଣ ସଂପାଦକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଜିଲା ସଂଯୋଜକ ସରୋଜ ବାଗ, ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ଛାତ୍ର ସଭାପତି ସୁଶାନ୍ତ ପ୍ରଧାନୀ, ସଂପାଦକ ପ୍ରିତମ  ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ମିଡିଆ ସେଲ ସଂଯୋଜକ ମୁରଲୀ ନାଏକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe