(ବ୍ୟୁରୋ ରିପୋର୍ଟ ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ବେଆଇନ ଦେଶୀ ଓ ବିଦେଶୀ ମଦ ଅଞ୍ଚଳ ର ପ୍ରମୁଖ ସ୍ଥାନ ମାନଙ୍କ ରେ ସହଜେ ଉପଲବ୍ଧ ହେଉଛି । ବୁଲା ବିକାଲି ଫେରିବାଲା ମାନଙ୍କ ଭଳି ମଟର ସାଇକେଲ ଯୋଗେ ଭାଟି ଓ ଵିଦେଶୀ ମଦ ଦୋକାନ ମାଲିକ ମାନଙ୍କ କର୍ମଚାରୀ ମାନେ ଗାଁ କୁ ଗାଁ କୁଚିଆ ମାନଙ୍କୁ ଯୋଗାଣ କରୁଛନ୍ତି । ଅନେକ ସମୟରେ ଦେଶୀ ଓ ବିଦେଶୀ ମଦ ପୁଲିସ ଓ ଅବକାରୀ ବିଭାଗ ଦ୍ୱାରା ଜବତ ହେଉଥିଲେ ହେଁ କୁଚିଆ ମାନଙ୍କୁ ଧରି ଦଣ୍ଡ ବିଧାନ କରାଯାଉଥିବା ବେଳେ ମାଲିକ ମାନଙ୍କ ପର୍ଯ୍ୟନ୍ତ ଆଇନର ହାତ ପହଞ୍ଚି ପାରୁନଥିବା ଲୋକଙ୍କୁ ବୋଧଗମ୍ୟ ନୁହେଁ । ମଦପାଉଚ୍ଚ ରେ ସଠିକ ଭାବେ ପ୍ରସ୍ତୁତି ଓ ଶେଷ ତାରିଖ, ମଦ ର ପରିମାଣ ସଠିକ ଭାବେ ଦର୍ଶା ଯାଇନାହିଁ । ମଦ ପାଉଚ ଜବତ ସମୟରେ ମଦ ପାଉଚ ଗୁଡ଼ିକ ରେ ଯଦି ସମ୍ପୃକ୍ତ ମଦଭାଟି ର ଲୋଗୋ ରହୁଛି ତେବେ ସେହି ମଦ ପାଉଚର ମଦ ଭାଟି ମାଲିକଙ୍କୁ ଆଇନ ର ପରିସର ଭୁକ୍ତ କରାଯାଉ ନାହିଁ କାହିଁକି ? ବେଆଇନ ବିଦେଶୀ ମଦ ମଧ୍ୟ ସହର ଓ ଗ୍ରାମାଞ୍ଚଳ ମାନଙ୍କ ରେ ସହଜ ରେ ଉପଲବ୍ଧ ହେଉଛି । ଆଗୁଆ ନିର୍ବାଚନ କୁ ଦୃଷ୍ଟି ରେ ରଖି ସମ୍ପ୍ରତି ଦେଶୀ ଓ ବିଦେଶୀ ମଦ ମାଫିଆ ମାନେ ଏବେ ଠାରୁ ବିପୁଳ ପରିମାଣ ରେ ମଦ ବେଆଇନ ଭାବେ ଗଛିତ ରଖୁଥିବା ଶୁଣା ଯାଉଛି । ଏହି ଅଞ୍ଚଳର ପ୍ରମୁଖ ରାସ୍ତା ମାନଙ୍କ ରେ ଥିବା ଜଳଖିଆ ଓ ଚଖଣା ଦୋକାନ ମାନଙ୍କ ପାଇଁ ରେ ଦେଶୀ ଓ ବିଦେଶୀ ମଦ ଯାହାକୁ ଯେତେ । ଏପରି ସ୍ଥଳେ ମଦ ସାମ୍ରାଜ୍ୟ ର କାୟା ବିସ୍ତାର ଏହି ନିର୍ବାଚନ ମଣ୍ଡଳୀ ରେ ଲାଗି ରହିଲେ ଆଗାମୀ ନିର୍ବାଚନ ର ସ୍ୱଚ୍ଛତା ପ୍ରଭାବିତ ହେବା ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି ।ଏଥି ପ୍ରତି ରାଜ୍ୟ ଅବକାରୀ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି



Post a Comment