//BREAKING//
Loading...

ଚାନ୍ଦା ଆଦାୟ କରିବା ରେ ବିଜେଡି ପଞ୍ଚମ ଆଂଚଳିକ ଦଳ !!

 ଚାନ୍ଦା ଆଦାୟ କରିବା ରେ ବିଜେଡି ପଞ୍ଚମ ଆଂଚଳିକ ଦଳ !!                       


ଭବାନୀପାଟଣା:----------

( ତର୍ଜମା ନ୍ୟୁଜ )


କଳାହାଣ୍ଡି ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଭାରତ ଭୂଷଣ ବେମାଲ ସୂଚନା ଦେଇଛନ୍ତି ଯେ ବିଜୁ ଜନତା ଦଳ ଭାରତ ବର୍ଷ ର 5 ମ ବୃହତ୍ତମ ଆଂଚଳିକ ଦଳ ହିସାବରେ 1019.5 କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛନ୍ତି ବୋଲି ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ପ୍ରକାଶିତ ତଥ୍ଯ ରୁ ଜଣାଯାଇଛି । ବର୍ଷ ବର୍ଷ ଧରି ଓଡ଼ିଶାର ଜନସାଧାରଣ ଙ୍କୁ ଭୁଆଁ ବୋଲାଉଥିବା ବିଜେଡି ଏଵଂ ତାର ସର୍ବୋଚ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ମୁଖା ଖୋଲିଯାଇଛି ବୋଲି ଜିଲ୍ଳା ସଭାପତି ପ୍ରକାଶ କରିଛନ୍ତି । ରାଜ୍ଯର  ବିଜେଡ଼ି ସରକାର ହେଉଛନ୍ତି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ଏହି ତଥ୍ଯ ରୁ ବୁଝା ପଡୁଛି ।ଇଡି, ସିବିଆଇ, ଏବଂ ଆଇ ଟି  କୁ ବ୍ୟବହାର କରି ବିଭିନ୍ନ ଶିଳ୍ପ ପତି ଓ ବ୍ୟବସାୟ ମାନଙ୍କ ଠାରୁ 6 ବର୍ଷ ରେ 8 ହଜାର 252 କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ।ବିଜେଡି ରାଜନୈତିକ ଚାନ୍ଦା ପାଇଥିବା 5 ମ ବୃହତ୍ତମ ଦଳ ।ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ସୀତାରାମ୍ କେଶରୀ ଥିଲାବେଳେ ବିଜେପି ର ଅଟଳ ବିହାରୀ ବାଜପେୟୀ ଓ ଲାଲ କୃଷ୍ଣ ଆଡ଼ଭାନୀ ବିଜେପି ର ସର୍ବେ ସର୍ବା ଥିଲେ. ସେହି 1980 ମସିହା ର କଂଗ୍ରେସ ଦଳ ର ଚାନ୍ଦା ଯାହା ଥିଲା ତାର ଇନକମ ଟାକ୍ସ କୁ ନେଇ କଂଗ୍ରେସ ର ଏକାଉଣ୍ଟ କୁ ସିଜ କରି ଦିଆ ଯାଇଛି । ଯାହା ଦ୍ୱାରା ଗଣତନ୍ତ୍ର କୁ ହତ୍ୟା କରାଯାଇ ନିର୍ବାଚନ କୁ ହାଇଜାକ କରାଯାଉଛି । ସେହି ସମୟରେ ବିଜେପି ଦଳ ଚାନ୍ଦା ନେଇଥିଲା ତାଙ୍କର ଏକାଉଣ୍ଟ କାହିଁକି ସିଜ କରା ଯାଉନାହିଁ ବୋଲି  କଂଗ୍ରେସ ପ୍ରଶ୍ନ ଉଠେଇଛି । ସେହି ସମୟରେ ବିଜୁ ପଟ୍ଟନାୟକ ଙ୍କ ସମୟରେ ଜନତା ପାର୍ଟି ଦ୍ଵାରା ଚାନ୍ଦା ନେଇଥିଲେ। ବିଜେଡି, ବିଜେପି ଓ ଅନ୍ୟ ରାଜନୈତିକ ଦଳ ଙ୍କ ଆକାଉଣ୍ଟ କୁ ସିଜ୍ କରା ନ ଯାଇ କେବଳ କଂଗ୍ରେସର କରାଯାଇ ନିର୍ବାଚନ କୁ ହାଇଜାକ କରିବା ଚକ୍ରାନ୍ତ ଛଡା ଆଉ କିଛି ନୁହଁ ।ଗତ 6 ବର୍ଷ ରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଏକ ବଡ ଦୁର୍ନୀତି ଚାଲିଥିଲା କେବଳ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ଵାରା ଲୋକ ଲୋଚନକୁ ଆସି ପାରିଲା , ତେଣୁ ଜିଲ୍ଲା କଂଗ୍ରେସ ମାନ୍ୟବର ସୁପ୍ରିମକୋର୍ଟ କୁ କୃତଜ୍ଞତା ଜ୍ଞାପନ କରି ଦେଶ ର ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ରହିଛି ବୋଲି କଂଗ୍ରେସ ଦଳ ପ୍ରକାଶ କରିଛନ୍ତି । ନିର୍ବାଚନ କୁ ସ୍ଵଚ୍ଛ କରିବାକୁ ହେଲେ ସବୁ ରାଜନୈତିକ ଦଳର ଆକାଉଣ୍ଟ କୁ ସିଜ୍ କରାଯାଉ ବୋଲି କୁହାଯାଇଛି. ।ଏହି ସମ୍ମିଳନୀରେ ଜିଲ୍ଲା ଉପ ସଭାପତି ମହମ୍ମଦ ଅଲ୍ଲୀ, ମିଡିଆ ସେଲ ଜିଲା ଅଧକ୍ଷ ମୁରଲୀ ନାୟକ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ସଂଯୋଜକ ତଥା ଜିଲା ସାଧାରଣ ସମ୍ପାଦକ ସରୋଜ ବାଗ, କାର୍ଯ୍ୟାଳୟ ସମ୍ପାଦକ ପ୍ରୀତମ ବେହେରା ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe