//BREAKING//
Loading...

ମୁମ୍ବାଇରେ ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ମେଗାରାଲି, ୬୩ ଦିନର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମ୍ପନ୍ନ


 ମୁମ୍ବାଇ: ମୁମ୍ବାଇରେ କଂଗ୍ରେସ ବରିଷ୍ଠ ନେତା ରାହୁଲଙ୍କ ମେଗା ରାଲି। କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟର ନେତା ଏହି ମେଗା ରାଲିରେ ସାମିଲ ହୋଇଥିଲେ। ରାହୁଲଙ୍କ ୬୩ ଦିନିଆ ଭାରତ ଯୋଡୋ ନ୍ଯାୟ ଯାତ୍ରା ଏହି ମେଗା ରାଲି ସହ ସମାପନ ହୋଇଛି। ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ହୋଇଥିଲା ଏ ରାଲି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଶିବସେନା ୟୁବିଟି ସଭାପତି ଉଦ୍ଧବ ଥାକରେ, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତଥା ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ମେଗା ରାଲିରେ ସାମିଲ ହୋଇଥିଲେ।



ଏହି ମେଗା ରାଲିରେ ଆମ ଆଦମି ପାର୍ଟି ନେତା ସୌରଭ ଭାରଦ୍ଵାଜ, ଏନସି ନେତା ଫାରୁକ ଅବଦୁଲ୍ଲା ସିପିଆଇ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣାର ଦିନକ ପରେ ଇଣ୍ଡିଆ ମେଣ୍ଟ ଏହି ମେଗା ରାଲି କରିଥିଲା। ଏହି ଅବସରରେ ମୁମ୍ବାଇର ମଣି ଭବନରୁ ଅଗଷ୍ଟ କ୍ରାନ୍ତି ମୈଦାନ ପର୍ଯ୍ୟନ୍ତ ନ୍ୟାୟ ସଂକଳ୍ପ ଯାତ୍ରା କରିଥିଲେ ରାହୁଲ। ଆସନ୍ତା ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣର ଏକାଧିକ ପର୍ଯ୍ୟାୟ। ଜୁନ ୪ ତାରିଖରେ ଭୋଟ ଗଣତି ହେବ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe