ମଟରସାଇକେଲ ଦୁର୍ଘଟଣାରେ ଦୁଇ ମୃତ ।
କଲମପୁର :-------- ( ତର୍ଜମା ନ୍ୟୁଜ )
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମ ବୁଲାଣି ନିକଟରେ ଶନିବାର ବିଲମ୍ବିତ ରାତିରେ ଦୁଇ ମଟରସାଇକେଲ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।ମୃତକ ଦୁହେଁ ହେଲେ ଜୁନାଗଡ ଥାନା ଅନ୍ତର୍ଗତ ଦାସିଗାଁ ଭେଜିପଡାର କ୍ଷେତ୍ର ମାଝି ଓ ସୌମେନ୍ଦ୍ର ନାଗ ବୋଲି ଜଣାପଡିଛି ।ମୃତକ ଉଭୟେ ବନ୍ଧକନା ପଟରୁ କଲମପୁର -ଜୁନାଗଡ଼ ରାସ୍ତାରେ ନିଜ ଗ୍ରାମ ଭେଜିପଡା ଅଭିମୁଖେ ଫେରୁଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଗ୍ରାମବାସୀଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ଆଜି ରବିବାର ଦିନ ବ୍ୟବଛେଦ ପାଇଁ ଜୟପାଟଣା ଚିକିତ୍ସାଳୟକୁ ପ୍ରେରଣ କରିଥିଲେ । କଲମପୁର ଥାନା କେଶ ନଂ ୩୭/୨୩ ରେ ମାମଳା ଦାୟର କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଡୋଲାମଣି ବିଶି ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି ।



Post a Comment