//BREAKING//
Loading...

ଆଜିଠୁ ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 


ଆସନ୍ତା ଦୁଇ ଦିନ ନାକେଦମ୍ କରିବ କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ । ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ । କାଳବୈଶାଖୀ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe