//BREAKING//
Loading...

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ମାଳମାଳ ଆଶାୟୀ, ସ୍ଥାନୀୟ ଓ ନୂଆ ଚେହେରା ଖୋଜୁଛନ୍ତି ଜନତା

 


ବାଜିଛି ନିର୍ବାଚନ ବିଗୁଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ସରଗରମ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ। ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଧର୍ମଗଡ଼ରେ ଏଥର ବିଧାୟକ ଟିକେଟ ପାଇଁ ସବୁ ଦଳରେ ମାଳ ମାଳ ଆଶାୟୀ ରହିଛନ୍ତି। ଆଶାୟୀଙ୍କ ମଧ୍ୟରେ ଅନେକ ପୁରୁଣା ନେତା ରହିଥ‌ିବାବେଳେ ବିଶେଷ କରି କେତେ ନୁଆ ମୁହଁ ଟିକେଟ ଲବିରେ ଥାଇ ବିଭିନ୍ନ ସାମାଜିକ କାର୍ଯ୍ୟ ଚଳାଇଛନ୍ତି। ଏଣେ ଧର୍ମଗଡ଼ ଜନତା ମଧ୍ୟ ସ୍ଥାନୀୟ ପାର୍ଥ ଓ ନୂଆ ଚେହେରା ଖୋଜୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ଧର୍ମଗଡ଼, କୋକସରା, କଲମପୁର ଓ ଜୟପାଟଣା ବ୍ଳକର ଦୁଇଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି। କ୍ରମାଗତ ବିଜେଡ଼ି ହାତରେ ଏହି ନିର୍ବାଚନ ମଣ୍ଡଳୀ ରହିଥ‌ିବାବେଳେ ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡିରୁ ବିଧାୟକ ଭାବେ ମୌଷଧୀ ବାଗ ନିର୍ବାଚିତ ହୋଇଥିଲେ। ତେବେ ଏଥର ମଧ୍ୟ ଶ୍ରୀବାଗ ଟିକେଟ ପାଇବା ପାଇଁ ଆଶାବାଦି ଅଛନ୍ତି। ସେହିପରି ଗତଥର କଳାହାଣ୍ଡି ଲୋକସଭା ଆସନରୁ ଲଢି ପରାଜିତ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ବିଧାୟକ ଟିକେଟ ଆଶାୟୀ ରହିଛନ୍ତି। ସେମାନଙ୍କ ବ୍ୟତୀତ ବିଜେଡ଼ିରୁ ମହିଳା ନେତ୍ରୀ ମନୀଷା ମିଶ୍ର ଓ ନିକଟରେ ବିଜେଡ଼ି ଦଳରେ ଯୋଗଦେଇଥିବା କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମଧ୍ୟ ଆଶାୟୀ ଦୌଡରେ ରହିଛନ୍ତି। ବିଜେପିରୁ ବିଜୟ ଦେବ ସାହୁ, ରବିନ୍ଦ୍ର ପାଟ୍ଟଯୋଶୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ଲକ୍ଷ୍ମୀକାନ୍ତ ବାଗ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଘନଶ୍ୟାମ ଅଗ୍ରୱାଲ ସମେତ ଅନେକ ଆଶାୟୀ ଦୌଡରେ ରହିଛନ୍ତି |

କଂଗ୍ରେସରୁ ରଶ୍ମୀରେଖା ରାଉତ, ଦିଗାମ୍ବର ଦୁରିଆ ଓ ରାଜେନ୍ଦ୍ର ନାଏକ ପ୍ରମୁଖ ଟିକେଟ ଦୌଡରେ ରହିଛନ୍ତି। ଦଳୀୟ ଟିକେଟକୁ ନେଇ ବର୍ତ୍ତମାନର ବିଜେଡ଼ି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଉଭୟ ଆଶା ବାନ୍ଧିଛନ୍ତି। ସେହପରି ବିଜେଡ଼ିରୁ କୋକସରା ବ୍ଲକ ଉପାଧ୍ଯକ୍ଷ ରାଜୀବ କୁମାର ଅଗ୍ରୱାଲ ବିଜେଡ଼ିରେ ଯୋଗ ଦେବାପରେ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ହଠାତ୍ ରାଜନୀତିରେ ପାଦଦେଇ ଉଭୟ ସ୍ବାମୀ ସ୍ତ୍ରୀ ରାଜୀବ ଓ ରୀତା ଅଗ୍ରୱାଲ ପ୍ରଥମ ଥରରେ ନିର୍ବାଚନ ବିଜୟୀ ହୋଇ ନିର୍ଦ୍ୱନ୍ଦ୍କୋ ରେ କୋକସରା ବ୍ଳକ ଅଧ୍ଯକ୍ଷା ଓ ଉପାଧ୍ଯକ୍ଷ ପଦ ହାସଲ କରିନେଇ ଥିଲେ। କମ ଦିନରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥ‌ିବା ରାଜୀବଙ୍କୁ ବିଜେଡ଼ିରୁ ଦଳୀୟ ଟିକେଟ ମିଲି ପାରେ କି ? ସେହିପରି ମହିଳା ନେତ୍ରୀ ମନୀଷା ମିଶ୍ର ୨୦୦୪ ମସିହାରୁ ପ୍ରତ୍ୟେକ ସାଧାରଣ ନିର୍ବାଚନ ଓ ଜିଲ୍ଲାପରିଷଦ ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଘରଘର ବୁଲି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଆସୁଛନ୍ତି। ବର୍ତ୍ତମାନ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ଯକ୍ଷା ଭାବରେ ଲୋକଙ୍କ ସମସ୍ୟାକୁ ବ୍ୟକ୍ତିଗତ ଉପସ୍ଥିତି ସହ ନିବାରଣ କରୁଛନ୍ତି। ତେଣୁ ବିଜୁ ଜନତା ଦଳ ତରଫରୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଆଶାୟୀ ରହିଛନ୍ତି। 

କଂଗ୍ରେସ ଦଳ ର ଅଭିଜ୍ଞ ଓ ବରିଷ୍ଠ ନେତା ଭକ୍ତ ଚରଣ ଦାସ ଙ୍କ ଗୋଟି ଚାଲନା ଉପରେ ସମସ୍ତ ଙ୍କ ନଜର ରହିଛି । କଂଗ୍ରେସ ଯଦି ନୂଆ ମୁଁହ ଏବଂ ମହିଳା କାର୍ଡ ଖେଳନ୍ତି ତେବେ ରାଜନୀତି ସମୀକରଣ ନୂଆ ମୋଡ ନେବାର ସମ୍ଭାବନା ରହିଛି।

ଏପଟେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଏଥର ପୁରୁଣା ନେତାଙ୍କୁ ଭୁଲି ଲୋକେ ସ୍ଥାନୀୟ ଓ ନୁଆମୁହଁ ଯୁବ ଚେହରା ଖୋଜୁଛନ୍ତି। ବିଜେପି ଓ କଂଗ୍ରେସ ଦଳରେ ଏଥର ନୁଆଁ ନେତାକୁ ଗୁରୁତ୍ବ ଦେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ବିଜେଡ଼ି ପକ୍ଷରୁ ନୁଆମୁହଁ ଯୁବ ଚେହରା ଓ ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ନଦେଲେ ଏହାର ଫାଇଦା ବିରୋଧୀ କଂଗ୍ରେସ ଓ ବିଜେପି ଦଳ ନେବାର ସମ୍ଭାବନା ରହିଛି।କେଉଁ ଦଳ କାହାକୁ ଟିକେଟ ଦେବେ ତାହା ଏବେଠାରୁ ଆକଳନ କରି କହିବା ସମ୍ଭବ ନୁହେଁ। ଏହାରି ଭିତରେ ବିଜେପି ଓ ବିଜେଡ଼ି ଦଳ ମଧ୍ଯରେ ଲାଗିରହିଥ‌ିବା ମେଣ୍ଟ ସସପେନ୍ସ ଛିଣ୍ଡୁ ନଥିବା ବେଳେ ଦ୍ବନ୍ଦରେ ଦୁଇ ଦଳର ଆଶାୟୀ। ଅନ୍ୟପଟେ ଯେଉଁ ଦଳରୁ ହେଉନା କାହିଁକି ସ୍ଥାନୀୟ ଓ ନୁଆ ଚେହେରା ଦେଖୁ ଲୋକେ ଭୋଟ ଦେବେ ବୋଲି ଚର୍ଚ୍ଚା ଯୋର ଧରିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe