ଜୁନାଗଡ ର ବିକାଶ ଅଟକିଛି ଷ୍ଟାଡିୟମ୍ ଭିତରେ, ଚିନ୍ତାରେ ବିଧାୟକ!!
କଳାହାଣ୍ଡି :----
( ସ୍ୱତନ୍ତ୍ର ଉପସ୍ଥାପନ ଓ ସମୀକ୍ଷା, ପୂର୍ଣ୍ଣ ସେନାପତି, ତର୍ଜମା ନ୍ୟୁଜ ପ୍ରତିନିଧି )
କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀ ସମଗ୍ର ରାଜ୍ୟରେ ଚର୍ଚା ରେ ଥିବା ବେଳେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ସର୍ବଦା ଚର୍ଚାରେ ଥାଆନ୍ତି । ଛାତ୍ର ଜୀବନରୁ ନେତୃତ୍ବ ନେଉଥିବା ଶ୍ରୀ ମିଶ୍ର ବାୟୁସେନା ରୁ ଅବସର ନେବା ପରେ ଛତିଶଗଡ଼ ରାଜ୍ୟ ପାଇଲଟ ଏବଂ ସେଠାରୁ ସିଧା ସଳଖ ଓଡ଼ିଶା ରାଜନୀତି ରେ ପ୍ରବେଶ । ଗତ ୨୦୧୪ ରେ ପ୍ରଥମ ପାଳିରେ ବିରୋଧୀ ବିଜେପି ର ଦୁର୍ବଳ ନିର୍ବାଚନ ପରିଚାଳନା ର ଫାଇଦା ଉଠାଇ ଏବଂ ଅସନ୍ତୁଷ୍ଟ ବିଜେପି ବାଲାଙ୍କ ସହଯୋଗ ପାଇ ବିଜେଡ଼ି ବିଧାୟକ ହେବା ପରେ ନିଜ ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣ କୁ ଗସ୍ତ କରି ପ୍ରତି ଟି ଗ୍ରାମ ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରି ସମଗ୍ର ରାଜ୍ୟରେ ଚର୍ଚାରେ ରହିଥିଲେ । ଗତ ୨୦୧୯ ନିର୍ବାଚନ ରେ ବହୁ କଷ୍ଟ ରେ ପୁନଃ ବିଜେଡ଼ି ଟିକେଟ ପାଇବା ପରେ ବିରୋଧୀ ବିଜେପି ପ୍ରାର୍ଥୀଙ୍କ ମୁଖ୍ୟ ସହଯୋଗୀ ମାନଙ୍କୁ ହାତ କରି ଜିତିବା ପରେ ଗୃହ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀ ପଦ ମିଳିବା ପରେ ଶ୍ରୀ ମିଶ୍ର ଯେତେ କ୍ଷମତା ଉପଭୋଗ କରୁଥିଲେ ତାଙ୍କର ହାତ ଗଣତି ସହଯୋଗୀ ତାଙ୍କ ଠାରୁ ଦଶ ଗୁଣ କ୍ଷମତା ଶାଳି ଭାବେ ପାୱାର ଦେଖାଉ ଥିବାର ସାଧାରଣରେ ଚର୍ଚା ହୋଇ ଆସୁଥିଲା । ପ୍ରଥମ ପାଳି ଠାରୁ ଦ୍ବିତୀୟ ପାଳିରେ ଶ୍ରୀ ମିଶ୍ର ଙ୍କ ଠାରୁ ସାଧାରଣ ଲୋକେ ସହାଜ୍ୟ ସହଯୋଗ ପାଇବା କଷ୍ଟକର ହୋଇ ପଡୁଥିବା ଏବଂ ସାଧାରଣ ରୁ ସାଧାରଣ କାମ ମଧ୍ୟ ହେଉ ନଥିବାର ଅନେକ ଅଭିଯୋଗ ହେଉଥିଲା । କେବଳ ସୋସିଆଲ ମିଡ଼ିଆ ରେ ଶ୍ରୀ ମିଶ୍ର ଙ୍କ ଜୟ ଗାନ ହେଉଥିଲା ସିନା ଲୋକେ ପୂର୍ବ ଭଳି ଉପକୃତ ହେଉ ନ ଥିବାର ଚର୍ଚା ହେଉଛି । ଅନ୍ୟ ପକ୍ଷରେ ମମିତା ମେହେର ଘଟଣା ରେ ରାଜ୍ୟ ସାରା କୁଶ ପୁତୁଳା ଦାହ ଘଟଣା ରେ ମ୍ରିୟମାଣ ହେଉଥିବା ବେଳେ ସମଗ୍ର ରାଜ୍ୟ ରେ ଚହଳ ସୃଷ୍ଟି କରିଥିଲା । ତେବେ ନିଶ୍ଚିତ ଭାନେ ଏହି ଘଟଣା ଯୋଗୁଁ ବିଧାୟକ ଙ୍କ ରାଜନୀତିକ ଜୀବନ ର ବହୁତ ଝଡ ସୃଷ୍ଟି କରିଥିଲା । ଏହି ପ୍ରସଙ୍ଗ ରେ ରାଜ୍ୟ ଶାସକ ଦଳ ର କ୍ଷମତା ଶାଳୀ ଗୋଷ୍ଠୀ ଓ ତୃତୀୟ ମହଲା ର ସଂପୃକ୍ତି ସହ ଅନେକ ପ୍ରକାର ର ଚର୍ଚ୍ଚା ରାଜ୍ୟ ବ୍ୟାପି ଶାସକ ଦଳ କୁ ବଦନାମ କରିବା ପାଇଁ ଖୋରାକ ଯୋଗାଇ ଥିଲା ।
ଅନ୍ୟ ପକ୍ଷରେ ଦ୍ବିତୀୟ ପାଳିରେ ମନ୍ତ୍ରୀ ହେବା ପରେ ଶ୍ରୀ ମିଶ୍ର ନୀରବ ସମର୍ଥକ ଅପେକ୍ଷା କେବଳ ସାମନାରେ ଗୁଣଗାନ କରୁଥିବା ହାତ ଗଣତି କିଛି ତୋଷାମଦିଆ ଙ୍କ ମେଲି ରେ ରହୁଥିବା ଚର୍ଚା ହେଉଥିଲା । ସାଧାରଣ ଲୋକଙ୍କ କାମ ତ ଦୂରେ ଥାଉ ପଂଚାୟତ ଅଫିସ,ଆର ଆଇ ଅଫିସ, ବ୍ଲକ ଅଫିସ,ତହସିଲ ଅଫିସ, ଥାନା ଇତ୍ୟାଦି ସବୁ ଠାରେ ସେହି ତୋଷାମୋଦିଆ ଙ୍କ ଦ୍ବାରା ହି କାମ ହେଉଥିବା ବେଳେ ନିରୀହ ଲୋକେ ହଇରାଣ ହେବା ସହ ଶୋଷିତ ହେଉଥିବା ଚର୍ଚା ହେଉଥିଲା । ସାଧାରଣ ଲୋକେ ଲକ୍ଷେ ଟଙ୍କାର ଠିକା କାମ ତ ଦୂରେ ଥାଉ ପେଟି ରେ ମଧ୍ୟ କାମ ଖଣ୍ଡେ ପାଇବା ଅସମ୍ଭବ ବୋଲି ଚର୍ଚା ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଯେଉମାନେ ସପରିବାର ଦିନେ ଶ୍ରୀ ମିଶ୍ର ଙ୍କୁ ଗାଳି କରୁଥିଲେ ସେମାନକୁ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ଙ୍କ ଭୟରେ ଆଗ ଧାଡ଼ିର ଠିକାଦାର କରି କୋଟି କୋଟି ଟଙ୍କାର ଠିକା କାମ ଦେଉଥିବା ଚର୍ଚା ହେଉଛି । ଜୁନାଗଡ ବ୍ଲକ କୁ ଯେତେ ଟଙ୍କା ଆସୁ କିମ୍ବା ଜୁନାଗଡ ଏନଏସି କୁ ଯେତେ ଟଙ୍କା ଆସୁ ସେଥି ରୁ ସିଂହ ଭାଗ ଟଙ୍କା ଜୁନାଗଡ ଷ୍ଟାଡିୟମ ରେ କେବଳ ର ଜଣେ ମାତ୍ର ଯନ୍ତ୍ରୀ ଙ୍କ ମାର୍ଫତ ରେ କାମ କରାଇଥିବା ଚର୍ଚା ହେଉଛି । ଜୁନାଗଡ ଏନଏସି ରେ ଏକ ଲକ୍ଷ ଟଙ୍କା ର କାମକୁ ଟେଣ୍ଡର ହେଉଥିବା ବେଳେ ଏନଏସି ଅଞ୍ଚଳରେ ଜୁନାଗଡ ବ୍ଲକ ମାଧ୍ୟମରେ ବିନା ଟେଣ୍ଡର ରେ ସମ୍ପୃକ୍ତ ଯନ୍ତ୍ରୀ ଙ୍କ ଦ୍ବାରା କାମ କରାଉଥିବା ଚର୍ଚା ହେଉଛି । ବ୍ଲକ ସାମନାରେ ଥିବା ପୁରାତନ ଟିସିପିସି ରେ ଅନେକ ପୁରୁଣା ମେସିନ ପଡି ରହିଥିବା ବେଳେ ତାକୁ ପୁନରୁଦ୍ଧାର କରାଯାଇ ନ ଥିବା ସହିତ ଟିସିପିସି ବାବଦରେ ଅନେକ ଚର୍ଚା ହେଉଛି । ଜୁନାଗଡ ଏନଏସି ନିର୍ବାଚନ ରେ ଶ୍ରୀ ମିଶ୍ର ନିଜେ ଲଢିବା ଭଲି ଭୋଟ ମାଗି ଥିଲେ ହେ ନିଜ ଡାହାଣ ହାତ ଭଳିଆ ସମର୍ଥକ ଙ୍କୁ ଜିତାଇ ପାରି ନ ଥିବା ହେତୁ ମନ୍ତ୍ରୀ ପଦ ଛାଡି ଥିଲେ ହେ ନିଜ ଭୁଲ କୁ ସୁଧାରୁ ନ ଥିବା ଚର୍ଚା ହେଉଛି । କେବଳ ବାଳି ପଥର ମାଫିଆ, କବାଡି ବାଳା, ଛତୁଆ ମାଫିଆ, ପିଡ଼ିଏସ ମାଫିଆ, ଭାଙ୍ଗ ମାଫିଆ, ଏସଏଚଜି ମାଫିଆ, ମୋ ସ୍କୁଲ ମାଫିଆ, ସରକାରୀ ଠିକା କାମ ମାଫିଆ ଭଲି ଦୁଇ ନମ୍ବରୀ କାରବାର କରୁଥିବା ଲୋକେ ତଥା କିଛି ଅସାଧୁ ସରକାରୀ କର୍ମଚାରୀ ମାନେ ହି ଶ୍ରୀ ମିଶ୍ର ଙ୍କ ଚାରି ପାଖରେ ଘେରି ରହୁଥିବା ବେଳେ ସେମାନେ ହି ପାଖ ଲୋକ ଭାବରେ ସବୁ ପ୍ରକାର ଫାଇଦା ଉଥାଉଥିବାର ଚର୍ଚା ହେଉଛି । ସାଧାରଣ ନୀରବ ସମର୍ଥକ ଙ୍କୁ ଶ୍ରୀ ମିଶ୍ର ଚିହ୍ନି ପାରୁ ନାହାନ୍ତି ବୋଲି ସାଧାରଣ ରେ ଚର୍ଚା ହେଉଛି । ଜୁନାଗଡ ଏନଏସି ର ଗଳି କନ୍ଦି ରେ ରାସ୍ତା ଘାଟ ହୋଇ ପାରି ନ ଥିବା ବେଳେ କେବଳ ଜୁନାଗଡ ରେ ଚକା ଚକ ଷ୍ଟାଡିୟମ ନିର୍ମାଣ କରିଦେଲେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ନେହି ହୁଏ ବୋଲି ମଧ୍ୟ ଚର୍ଚା ହେଉଛି । ଅନ୍ୟ ପକ୍ଷରେ ଉକ୍ତ ଷ୍ଟାଡିୟମ କେବଳ ହାତ ଗଣତି ଲୋକଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ଜୁନାଗଡ ଅଞ୍ଚଳର ବିକାଶ ଅପେକ୍ଷା ଷ୍ଟାଡିୟମ ର ବିକାଶ କରିବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଅନ୍ୟ ଅଞ୍ଚଳ କୁ ଉପେକ୍ଷା କରାଯାଇଥିବା ଚର୍ଚା ହେଉଛି । ଯାହା ଫଳରେ ଜୁନାଗଡ ଅଞ୍ଚଳର ବିକାଶ ଷ୍ଟାଡିୟମ ରେ ଅଟକି ଯାଇଥିବା ବେଳେ ବର୍ତ୍ତମାନ ଟିକଟ ମିଳିବା ନେଇ ଶ୍ରୀ ମିଶ୍ର ଚିନ୍ତାରେ ଥିବା ସାଧାରଣରେ ଚର୍ଚା ହେଉଛି । ନିଜ ର ହାତ ଗଣତି ଦୁଇ ଚାରି ଜନ ସମର୍ଥକ ହିଁ ତାଙ୍କୁ ଚାରି ପାଖୁ ଘେରି ରହୁଥିବା ବେଳେ ସେମାନେ ହିଁ ସବୁ ଫାଇଦା ଉଠାଇ ଥିବା ବେଳେ ଏବେ ଟିକଟ ମିଳିବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ଜଣାପଡିଛି। ସମ୍ପ୍ରତ୍ତି ଜୁନାଗଡ ବିଧାୟକ ବର୍ତ୍ତମାନ ନର୍ଲା ବିଧାନ ସଭା ଆସନ ପାଇଁ ଲବି କରୁଥିବ ନଚେତ୍ ତାଙ୍କ ଜନୈକ ଦୃଢ଼ ସମର୍ଥକ ଙ୍କୁ ନର୍ଲା ଟିକେଟ ପାଇଁ ଗୋଟି ଚାଲନା କରୁଥିବା ଆଲୋଚନା ହେଉଛି ।
ତେବେ ଆସନ୍ତା ସାଧାରଣ ନିର୍ବାଚନ କ୍ଷମତା ଶାଳୀ ବିଧାୟକ ମାନଙ୍କ ପାଇଁ ପ୍ରକୃତ ଅଗ୍ନି ପରୀକ୍ଷା ହେବା ନିଶ୍ଚିତ ବୋଲି ସାଧାରଣ ରେ ଆଲୋଚନା ହେଉଛି ।
Post a Comment