//BREAKING//
Loading...

ନିର୍ବାଚନ ଭେଟି, ଯେତେ ବ୍ୟବସ୍ଥା ସେତେ ଅବ୍ୟବସ୍ଥା,

 ନିର୍ବାଚନ ଭେଟି, ଯେତେ ବ୍ୟବସ୍ଥା ସେତେ ଅବ୍ୟବସ୍ଥା,




କଲମପୁର :-----------------------------(ତର୍ଜମା ନ୍ୟୁଜ)                                 

ଚଳିତ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଳମାଳ ସରକାରୀ କାର୍ଯ୍ୟକ୍ରମ କରି ଚାଲିଛନ୍ତି, ନୂଆ ଓ ଓତିଶା, ନବୀନ ଓଡ଼ିଶା, ଏସଏଚଜି ମହିଳା ମାନଙ୍କୁ ,ରାସନ୍ କାର୍ଡ ଧାରିମାନଙ୍କୁ ହଜାରେ ଟଙ୍କା ଭଳି କେତେ କ'ଣ କାର୍ଯ୍ୟକ୍ରମ ଚାଲୁ ରହିଛି, ହେଲେ କୌଣସି ଯୋଜନା  କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ସନ୍ତୋଷ ଜନକ ହୋଇପାରିନାହିଁ ଫଳରେ ଭୋଟରଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି, ଛାତ୍ରଛାତ୍ରୀ ମାନଙ୍କୁ ନେଇ ହୋଇଥିବା ବିଦ୍ୟାଳୟ ମାନଙ୍କରେ, ପଞ୍ଚାୟତ ସ୍ତରରେ ସବୁଠି ଅବ୍ୟବସ୍ଥା ନେଇ ଲୋକେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି, ଯେତେ ବ୍ୟବସ୍ଥାକୁ ସେତେ ଅବ୍ୟବସ୍ଥା ତାହାର ଉତ୍ତରଦାୟୀ କିଏ ହେବ ତାହା ହିଁ ବଡପ୍ରଶ୍ନ, ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ଲୋକମାନେ ଟଙ୍କାତକ ସରକାରୀ ବାବୁ ମାନେ ଅସଦ ବିନିଯୋଗ କରିଥିବା ଅଭିଯୋଗ ହେଉଛି,ବ୍ୟାଗ ବଣ୍ଟନ ପରେ ହଜାରେ ଟଙ୍କା ବଣ୍ଟା ଚାଲିଛି, ଏଇଠି ବି ଅବ୍ୟବସ୍ଥା ପରିଲକ୍ଷିତ ହେଉଛି, କେତେବେଳେ ମେସିନ ଅଚଳ ତ କେତେବେଳେ କାହାର ଛାପକୁ ମେସିନ ଗ୍ରହଣ କରୁନାହିଁ, ଏସଏଚଜି ମହିଳାଙ୍କ ପାଇଁ ଯଦିଓ ଟଙ୍କା ଆସିଛି ତେବେବି ବଣ୍ଟାଯାଇ ନାହିଁ, କିନ୍ତୁ ଅଭିଯୋଗ ହେଲାଣି ସମୁଦାୟ ବ୍ଲକ ଅଞ୍ଚଳରେ ଯେତେ ଏସଏଚଜି ଅଛନ୍ତି ସେମାନଙ୍କ ମଧ୍ୟରେ ଶତାଧିକ ମହିଳା ଗୋଷ୍ଠୀ ଏହି  ତାଳିକାରେ ସ୍ଥାନ ପାଇ ନାହାନ୍ତି, ଅର୍ଥାତ ସେମାନେ ପାଇବେ କି ନାହିଁ ସେ ନେଇ କୌଣସି ନିର୍ଦିଷ୍ଟ ସୂଚନା ନାହିଁ,ଖେଳକୁଦରେ ପାତର ଅନ୍ତର ନିତି ସମେତ ବିନା ସରଞ୍ଜାମରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଖେଳକୁଦ ସାରି ସରକାରୀ ବାବୁମାନେ ନିଜ ଦାୟିତ୍ୱ ସାରିଦେଲେ, ଅଭିଯୋଗ କଥା କେହି ଶୁଣିଲେ ନାହିଁ, ପଞ୍ଚାୟତ ସ୍ତରରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର କି ପୂର୍ବତନ ଜନପ୍ରତିନିଧି କାହାକୁ ସ୍ଥାନ ଦେଲେ ନାହିଁ, ନାଚଗୀତରେ ୩୩ଲକ୍ଷ ସ୍ଵାହା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା, ସରକାର ଅର୍ଥ ଯୋଗାଇ ଦେଉଥିବା ବେଳେ ଆସନ୍ନ ନିର୍ବାଚନ ସମୟରେ ବି ଏ ଅବ୍ୟବସ୍ଥାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି, ତାତ୍ପର୍ଯ୍ୟର ବିଷୟ ଏହି  ଯେ ତଥ୍ୟ ଆଦାନ ପ୍ରଦାନରରେ ମଧ୍ୟ ଗଣମାଧ୍ୟମକୁ ଉପେକ୍ଷା କରାଯାଉଛି, ଫଳରେ କୌଣସି ସଠିକ୍ ତଥ୍ୟ କାର୍ଯ୍ୟାଳୟ ମାନଙ୍କରୁ ମିଳିପାରୁ ନାହିଁ , ଏଭଳି ଅବ୍ୟବସ୍ଥା ଲାଗିରହେ ତେବେ ଏହା ଦଳ ପାଇଁ ବୁମେରାଂ ହେବା ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି, 

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe