ଧସିଲା ଇନ୍ଦ୍ରାବତୀ ଡାହାଣ କେନାଲ, ବିପୁଳ ପରିମାଣର ଚାଷଜମି ଜଳମଗ୍ନ,
କଲମପୁର -୪/୩ (ତର୍ଜମା ନ୍ୟୁଜ) ଆଜି ବିଳମ୍ୱିତ ରାତିରେ ଇନ୍ଦ୍ରାବତୀ ଡାହାଣ କେନାଲ କଲମପୁର ବ୍ଲକ ଦେପୁର ନିକଟରେ ଧସିବାରୁ ବିପୁଳ ପରିମାଣର ଚାଷଜମି ଜଳମଗ୍ନ ହୋଇଛି, ଏଥିରେ ପ୍ରାୟ ୨୦ ଫୁଟରୁ ଉର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି, ଦେପୁର ଗ୍ରାମର କୃଷ୍ଣଚନ୍ଦ୍ର ମାଳଙ୍କ ଘରେ ପାଣି ପଶିଯିବାରୁ ପରିବାର ଅଳ୍ପକେ ବର୍ତ୍ତିଛନ୍ତି, କଲମପୁର -ଜୁନାଗଡ ରାସ୍ତା ଉପରେ ଜଳ ପ୍ରବାହିତ ହେବାରୁ ଗାଡି ଚଳାଚଳ ବନ୍ଦ ରହିଛି, ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ନୀରିକ୍ଷଣ କରୁଥିବା ବେଳେ କ୍ଷୟକ୍ଷତି ଆକଳନ ପାଇଁ କର୍ମଚାରୀ ମହଳରେ ତତ୍ପରତା ପ୍ରକାଶ ପାଇଛି, ଦେପୁର ନିକଟରେ ଥିବା ଡାହାଣ କେନାଲ ଗେଟ୍ ରେ ଆବଶ୍ୟକ ମୁତାବକ ଜଳ ନିଷ୍କାସନ ନହେବାରୁ ଏଭଳି ଅଘଟଣ ଘଟିଛି ନା ଗେଟ କୁ କୌଣସି ଦୁର୍ବୃତ୍ତ ପକାଇବାରୁ ଏଭଳି ଘଟଣା ଘଟିଛି ତାହା ଯଦିଓ ବିଭାଗୀୟ ଅଧିକାରୀ ମାନେ ସ୍ପଷ୍ଟ କରିନଥିଲେ ମଧ୍ୟ ଏହା ହିଁ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି,
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ





Post a Comment