ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ଭାଙ୍ଗିବା ଘଟଣାର ଅନ୍ତରାଳେ
।
କଲମପୁର - ୫/୩(ତର୍ଜମା ନ୍ୟୁଜ) ସବୁ ଠିକ୍ ଠାକ୍ ଥିଲା । ସ୍ୱାଭାବିକ ପରିସ୍ଥିତିରେ ନିଜ ନିଜ କାମ ସାରି ଲୋକେ ନିଘୋଡ଼ ନିଦରେ ଶୋଇଥିବା ବେଳେ , ଅଚାନକ ପ୍ରବଳ ସ୍ରୋତରେ ଗାଁ ମୁହାଁକୁ ପାଣି ମାଡ଼ି ଆସିଲା । ଲୋକେ କିଛି ବୁଝିବା ପୂର୍ବରୁ ଚାଷ ଜମି ଜଳମଗ୍ନ ହେବା ସହ ଘରେ ଘରେ ପାଣି ପଶିଗଲା । ଏ ଥିଲା ସୋମବାର ବିଳମ୍ବିତ ରାତିର ଘଟଣା । କେନାଲ ଭୁଶୁଡ଼ି ଥିବା ଖବର ଚାରିଆଡ଼େ ରାତାରାତି ଖବର ପହଞ୍ଚିବା ପରେ ପ୍ରସାସନିକ ମହଲରେ ତତ୍ପରତା ଦେଖା ଦେଇଥିଲା । କଳାହାଣ୍ଡି ଜିଲ୍ଲା , କଲମପୁର ବ୍ଲକ - ଦେପୁର ଠାରେ ଇନ୍ଦ୍ରାବତୀ ଡାହାଣ କେନାଲ ଭାଗିଥିବା ସ୍ଥାନକୁ ପ୍ରସାସନିକ ଅଧିକାରୀ ମାନଙ୍କ ସୁଅ ଛୁଟିଥିଲା । ଧନ ଜୀବନକୁ ବଞ୍ଚାଇବା ପାଇଁ ଗ୍ରାମ ବାସୀଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲର ଫାଟକକୁ ତୁରନ୍ତ ବନ୍ଦ କରିଦେବା ଫଳରେ ଜଳ ସ୍ରୋତ କମିଥିଲା । ସୋମବାର ଅପରାହ୍ନ ବେଳକୁ ପରିସ୍ଥିତିରେ ସୁଧାର ଆସିଥିଲା । ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ କରାଗଲା । ସୋମବାର ରାତି ତମାମ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଏବଂ ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରାଙ୍କ ତତ୍ତ୍ଵାବଧାନରେ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ , ଆଜି ମଙ୍ଗଳବାର ଦିନ ମଧ୍ୟ ଅନୁରୂପ ଭାବେ କାମ ଆଗେଇ ଚାଲିଛି । ଏନେଇ ବିଭାଗ ଯଥାଶୀଘ୍ର କେନାଲ ମରାମତି କାର୍ଯ ସମ୍ପୂର୍ଣ କରି ଚାଷୀଙ୍କୁ ପୁନର୍ବାର ଜଳ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଏହି କାର୍ଯ୍ୟ କେବେ ସମ୍ପୂର୍ଣ ହେବ ଓ ଚାଷୀ କେନାଲ ଯୋଗେ ଜଳ ପାଇପାରିବେ ତାହାକୁ ହିଁ ଅପେକ୍ଷା
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ,ତର୍ଜମା ନ୍ୟୁଜ




Post a Comment