//BREAKING//
Loading...

ଯୁବ ସଂବାଦ କାର୍ଯ୍ୟକ୍ରମ: ବିକଶିତ ଭାରତର ପ୍ରବେଶ ପଥ !!

 ଯୁବ ସଂବାଦ କାର୍ଯ୍ୟକ୍ରମ: ବିକଶିତ ଭାରତର ପ୍ରବେଶ ପଥ !!


ଭବାନୀପାଟଣା :----- ( ତର୍ଜମା ନ୍ୟୁଜ )


 ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ, ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍‌ଏସ୍‌ଏସ୍ ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ-୨୦୪୭ ର ଅନୁଚିନ୍ତା ଉପରେ ସ୍ଥାନୀୟ ୭ ଟି ମହାବିଦ୍ୟାଳୟରୁ ୧୦ ଗୋଟି ଏନ୍‌ଏସ୍‌ଏସ୍ ୟୁନିଟ୍‌ର ୨୦୦ ଜଣ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ଶତପଥି, ସଭାପତି ଭାବେ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ, ଏନ୍‌ଏସ୍‌ଏସ୍ ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଓ ଏନ୍‌ଏସ୍‌ଏସ୍ ଜିଲ୍ଲା ଅଧିକାରୀ ପ୍ରୀୟବ୍ରତ ବାଣୁଆ ସମ୍ମାନୀତ ଅତିଥି, ଦୁତିଆ ବନଛୋର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଯୁବ ସଂବାଦ କାର୍ଯ୍ୟକ୍ରମର ଅଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ପରମେଶ୍ୱର ମୁଣ୍ଡ ଧନ୍ୟବାଦ ଦେଇଥିଲେ । ଆଲୋଚନାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ସରସ୍ୱତୀ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ସ୍ନେହାରାଣୀ ସାହୁ ପ୍ରଥମ, ସରକାରୀ ଡିଗ୍ରୀ ମହିଳା ମହାବିଦ୍ୟାଳୟରୁ ଅର୍ଚ୍ଚନା ପାତ୍ର, ସରକାରୀ ନର୍ସିଂ ମହାବିଦ୍ୟାଳୟରୁ ସସ୍ମିତା ପରିଡା ଦ୍ୱିତୀୟ ସ୍ଥାନ, ବିକାଶ ନର୍ସିଂ ମହାବିଦ୍ୟାଳୟର ପ୍ରିୟ ଦର୍ଶିନୀ ପାଢୀ ଓ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର କାହ୍ନୁ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉପସ୍ଥିତ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ମଧ୍ୟରୁ ଡ. ରାଧାରାଣୀ ନାୟକ, ଇଂ. ସୌମ୍ୟ ସ୍ୱରୂପ ପଟ୍ଟନାୟକ, ଶିଖା ସୋନାଲୀ ଏକା, ତରୁଣ କୁମାର ମଣ୍ଡଳ, ଜୟନ୍ତ ଦଣ୍ଡସେନା, ରୋଜମେରୀ ଏକା ଓ ଡ. ପ୍ରିୟ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟାପକ ଶୁଭେନ୍ଦୁ ପାଢୀ, ଶୁଶାନ୍ତ ଦାଶ, ନାଜନୀନ ସୁଲତାନା, ଦୀନବନ୍ଧୁ ନାଗ, ଯୋଗେନ୍ଦ୍ର ରାଉତ, ଗମ୍ୟ ରଞ୍ଜନ ନାଗ, ହର ଭଜନ ନାଏକ, ବିକି ମହାକୁଡ, ଦିବ୍ୟ ରଞ୍ଜନ ନାୟକ ଓ ଯଶୋବନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe