//BREAKING//
Loading...

ଘର ଡିହ ପଟ୍ଟା ପାଇଁ ସୀତାବୋର୍ଡି ପଡା ବସ୍ତି ବାସିନ୍ଦା ମ୍ୟୁନିସିପାଲଟି ସମ୍ମୁଖ ରେ ଧାରଣା !!

 ଘର ଡିହ ପଟ୍ଟା ପାଇଁ ସୀତାବୋର୍ଡି ପଡା ବସ୍ତି ବାସିନ୍ଦା ମ୍ୟୁନିସିପାଲଟି ସମ୍ମୁଖ ରେ ଧାରଣା !!

ଭବାନୀ ପାଟଣା:----

(ତର୍ଜମା ନ୍ୟୁଜ )

 

ଭବାନୀପାଟଣା ସହରର ୱାର୍ଡ ନମ୍ବର 2 ସ୍ଥିତ ଆଇ. ଟି. ଆଇ. ସମ୍ମୁଖରେ ଥିବା ସୀତାବୋର୍ଡି ପଡା ବାସି  ରଜା ରାଜୁଡା ଅମଳରୁ ବସତି ସ୍ଥାପନ କରି ରହି ଆସୁଛନ୍ତି l ଓଡିଶା ସରକାରଙ୍କ ବସ୍ତି ଆଇନ 2017 ଅନୁଯାୟୀ ପଡ଼ାର 42 ଗୋଟି ପରିବାର କୁ ସର୍ଭେ ଭୁକ୍ତ କରାଯାଇ ତନମଧ୍ୟରୁ 13 ଗୋଟି ପରିବାରକୁ ପଟ୍ଟା  ଦିଆଯାଇଥିଲା ଏବଂ ଅନ୍ୟ 29 ଗୋଟି ପରିବାରକୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା l ଆଜକୁ 3 ବର୍ଷରୁ ଅଧିକ ସମୟ ହେଲାଣି ବସ୍ତିବାସିନ୍ଦା ମାନେ ମ୍ୟୁନିସିପାଲଟି ଅଫିସ ଦୌଡ଼ି ଦୌଡ଼ି ହେଲେ ସେମାନେ ଘର ଡିହପଟ୍ଟା ଖଣ୍ଡିକ ପାଇପାରିଲେ ନାହିଁ l ଓଡିଶା ସରକାର ବସ୍ତିଆଇନ କୁ ଏକ ଐତିହାସିକ ଆଇନ କହି ସହରର ବିଭନ୍ନ ବସ୍ତିରେ ବଡ ବଡ ହୋଡିଂ ଲଗେଇଛନ୍ତି l କିନ୍ତୁ ଆଜିବି ସହରର ଅନେକ ବସ୍ତି ସର୍ଭେରୁ ବାଦ ପଡ଼ିଥିବା ବେଳେ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ ପରିବାର ପଟ୍ଟା ପାଇବାରୁ ବଂଚିତ ଅଛନ୍ତି l

     ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟ ସରୋଜ ବାଗ ଙ୍କ ନେତୃତ୍ୱ ରେ ସୀତାବୋର୍ଡି ପଡା ବସ୍ତିବାସିନ୍ଦା ମ୍ୟୁନିସିପାଲଟି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମିତିର ଆବାହକ ଗିରିଧାରୀ ପାତ୍ର,ଶକ୍ତିରଞ୍ଜନ ଛତ୍ରିଆ, ଅଭୟ ନାୟକ, ଚତୁର୍ଥଭୁଜ ନାଏକ, ଜଗନ୍ନାଥ ନାଏକ, ବବିତାରାଣୀ ଦାସ, ମନ୍ଦାକିନୀ ବlଣୁଆ, ତପସ୍ୱିନୀ ନାଏକ, ସ୍ନିଗ୍ଧl ରାଣୀ ପଟନାୟକ, ରୋହିଣୀ ମାଝୀ,ରଶ୍ମିତା ମାଝୀ ଓ ଅନେକ ବସ୍ତିବାସିନ୍ଦା ଯୋଗଦେଇ ଥିଲେ l

  ସୂଚନା ପାଇ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼, ସତ୍ୟସମ୍ପନ୍ନl  ରାଉତ   ଘଟଣାସ୍ଥଳ କୁ ଆସି ଦାବିପତ୍ର ଗ୍ରହଣ କରିବାସହ ସାତ ଦିନ ଭିତରେ ତହସିଲଦାରଙ୍କ ସହ ବସ୍ତିକୁ ଯାଇ ଅନୁସନ୍ଧାନ କଲାପରେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ଯୋଗୁଁ  ଧାରଣା ପ୍ରତ୍ୟାହୃତ ହୋଇଥିଲା l


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe