ଜୁନାଗଡ:------( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପଞ୍ଚାୟତ ରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସର ରେ ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଷ୍ଟାଡିୟମ୍ ପରିସର ମଧ୍ୟରେ ପ୍ରବାଦ ପୁରୁଷ ନବ ଓଡିଶାର ବିନ୍ଧାଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଏକ ପୂର୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଥିଲା l ଏଥି ନେଇ ଫ୍ଲଡ୍ ଲାଇଟ୍ କ୍ରିକେଟ ମ୍ୟାଚ ଓ ଅଲିଓଡ଼ କଳାକାରଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଜୁନାଗଡ ଆଥଲେଟିକ୍ସ ଆସୋସିଏସନ ର ଆବାହକ ତଥା ଜୁନାଗଡ ବିଧାୟକ୍ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେସା ରେଡି, ଜିଲ୍ଲା ପରିଷଦ ଉପାଧକ୍ଷl ସୁଧୀରl ମେହେର୍, ଭବାନୀ ପାଟଣା ନଗର ପାଳ ସଂଯୁକ୍ତ ବେହେରା, ପୂର୍ବତନ ନଗର ପାଳ ଆଦିତ୍ୟ ନନ୍ଦ, ପ୍ରଫେସର ସତ୍ୟ ପଟ୍ଟନାୟକ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ଅଧ୍ୟକ୍ଷl ଲଳିତା ନାଏକ ଓ ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ହେଲେ ଏହି କାର୍ଯ୍ୟକ୍ରମରେ ଏତେ ବଡ ବଡ ଲୋକେ ଉପସ୍ଥିତ ରହି ଥିବା ବେଳେ ଏମିତି ଏକ ବ୍ଯତିକ୍ରମ ଦେଖିବାକୁ ମିଳି ଥିଲା l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଥିବା ଏକ ବେନର ମଂଚ ତଳ ରେ ଲଗାଯାଇଥିଲା l
ଯାହା କି ଏହି ବେନର ଉପରେ ଅତିଥି ମାନେ ଓ ଅନେକ ଭାଷଣ ବାଜି, ନାଚ ଗୀତ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯାହା କି ବୁଦ୍ଧିଜିବୀ ମହଲ ରେ ଭୃକୁଞ୍ଚିତ ହେବା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଅସମ୍ମାନ ଓ ଅଶୋଭନୀୟ ପ୍ରତିଛବି ଦେଖିବାକୁ ମିଳିଥିଲା l ଆୟୋଜକ କମିଟି ଦ୍ୱାରା ପ୍ରବାଦ ପୁରୁଷ ଙ୍କ ଫଟୋ ଷ୍ଟେଜ ତଳେ ଲାଗିବl ଓ ଏପରି ଅସମ୍ମାନ ସୂଚକ ଓ ଦୃଷ୍ଟି କଟୁ ହୋଇଥିବାରୁ ସାଧାରଣ ରେ ଚର୍ଚା ର କେନ୍ଦ୍ର ବିନ୍ଦୁ ହୋଇଥିବା ଦେଖିବାକୁ ମିଳିଥିଲା l ଆୟୋଜକ କମିଟି ର ଏପରି ଏକ ଗମ୍ଭିର ତଥା ମର୍ଯ୍ୟାଦା ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ପ୍ରବାଦ ପୁରୁଷ ଙ୍କୁ ଏଭଳି ଅସମ୍ମାନ କରାଯାଇ ଅବହେଳା କରାଯାଇଥିବାରୁ ଆୟୋଜକ କମିଟି ପ୍ରତି ଗମ୍ଭୀରତା ସହିତ ବିଚାର କରିବାର ଯଥାର୍ଥତା ରହିଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l





Post a Comment