//BREAKING//
Loading...

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ସଂପୃକ୍ତ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ !!!


 ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ସଂପୃକ୍ତ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ !!!

ଜୁନାଗଡ଼ :-------

( ତର୍ଜମା ନ୍ୟୁଜ )                            ମାଳିକଙ୍କ ଘରେ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ, ଟ୍ରାକ୍ଟର ଚଳାଉଥିବା ବେଳେ ମୃତ୍ୟୁ ବରଣ କଲେ ଚାଳକ,ରଫାଦଫା କରିବାକୁ ଉଦ୍ୟମ କଲେ ମାଲିକ, ଚୁକ୍ତି ମୁତାବକ ନଗଦ ପଚାଶ ହଜାର ଟଙ୍କା ଦେବା ସହ ଦୁଇଟି ବ୍ୟାଙ୍କ ଚେକ ଦେଲେ ଏବଂ ଛଅ ଲକ୍ଷ ଟଙ୍କା ଏକମାସ ମଧ୍ୟରେ ଡିପୋଜିଟ କରିଦେବାକୁ ଚୁକ୍ତିପତ୍ର ଲେଖିଦେଲେ,ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେଲେ ପିଡିତ ପରିବାର, ହେଲେ ବ୍ୟାଙ୍କରେ ଟଙ୍କା ଜମା କଲେ ନାହିଁ ସଂପୃକ୍ତ ମାଲିକ, ଶେଷରେ ମୌକାକୁ ଜଗି ରହିଲେ ପିଡିତ ପରିବାର, ଆଜି ଧାନ ବୋଝେଇ ହୋଇ ଫେରୁଥିବା ବେଳେ ସଂପୃକ୍ତ ମାଳିକଙ୍କ ଗାଡ଼ିକୁ ପିଡିତ ପରିବାର ଓ ଗାଁ ଲୋକ ମିଶି ଅଟକ ରଖିଛନ୍ତି, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଗୌଡ ଛେଣ୍ଡିଆ ଗ୍ରାମରେ,ମୃତକ ତଥା ଟ୍ରାକ୍ଟର ଚାଳକ ହେଲେ ଗୌଡ ଛେଣ୍ଡିଆ ଗ୍ରାମର କୃତ୍ତିବାସ ଲହଜଲଙ୍କ ପୁଅ ମୁରଲୀ ଲହଜଲ ୨୫  ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ହେଲେ କାନ୍ଦୁଳବନ୍ଧ ଗ୍ରାମର ଅପରେଶ ପଟ୍ଟଯୋଶିଙ୍କ ପୁଅ ରାଜେଶ କୁମାର ପଟ୍ଟଯୋଶି ବୋଲି ଜଣାପଡିଛି, ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ହେଲା ଓଆର ୦୮ଏ-୬୭୯୩ ହୋଇଥିବା ବେଳେ ୧୫ / ୫ / ୨୦୨୩ ରେ ଏହି ଦୁର୍ଘଟଣା ଘଟିଥିବା ଚୁକ୍ତିପତ୍ରରୁ ଜଣାପଡ଼ିଛି, ସଂପୃକ୍ତ ମାଳିକ ମୃତକଙ୍କ ସ୍ତ୍ରୀ ଶିବାନୀ ଲହଜଲ ଓ ପିତା କୃତ୍ତିବାସ ଲହଜଲଙ୍କୁ ଦୁଇଟି ବ୍ୟାଙ୍କ ଚେକ ଦେଇଛନ୍ତି, ହେଲେ ସେଥିରେ ଟଙ୍କା ଜମା ନ କରିବାରୁ ତାହା ବାଉନ୍ସ ହୋଇ ଯାଇଛି,ସବୁଆଡୁ ନିରାଶ ହେବାପରେ ଆଜି ଏଭଳି ପଦକ୍ଷେପ ନେଇ ସଂପୃକ୍ତ ମାଳିକଙ୍କ ଧାନ ବୋଝେଇ ଗାଡ଼ିକୁ ଅଟକ ରଖି ଆମର କ୍ଷତିପୂରଣ ଟଙ୍କା ନ ଦେବା ପର୍ଯ୍ୟନ୍ତ ଗାଡ଼ିକୁ ଛାଡିବୁ ନାହିଁ ବୋଲି ପିଡିତ ପରିବାର ଜିଦରେ ଅଟଳ ରହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe