//BREAKING//
Loading...

ଜଳେଶ୍ଵର ମନ୍ଦିର ରୁ ବାଲାଜୀ ମନ୍ଦିର ପର୍ୟ୍ୟନ୍ତ ଏକ ବିରାଟ କଳସ ଶୋଭାଯାତ୍ରା !!

 ଜଳେଶ୍ଵର ମନ୍ଦିର ରୁ ବାଲାଜୀ ମନ୍ଦିର ପର୍ୟ୍ୟନ୍ତ ଏକ ବିରାଟ କଳସ ଶୋଭାଯାତ୍ରା !!


ଭବାନୀ ପାଟଣା :------

(ତର୍ଜମା ନ୍ୟୁଜ )               

     ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଯୁବ କଂଗ୍ରେସ ନେତା ସାଗର ଚରଣ ଦାସ କଳାହାଣ୍ଡି ବାସୀଙ୍କ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିବା ସହ ଏକ ବିରାଟ କଳସ ଯାତ୍ରା ର ଆୟୋଜନ କରିଥିଲେ. ସ୍ଥାନୀୟ ଜଳେଶ୍ଵର ମନ୍ଦିର ରୁ ଜଳ ଆଣି ସହସ୍ରାଧିକ ମହିଳା ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଲାଜୀ ମନ୍ଦିର ଠାରେ ପହଞ୍ଚିଥିଲେ. ବାଲାଜୀ ମନ୍ଦିର ଠାରେ ଜଳାଭିଷେକ କରାଯାଇଥିଲା. ଏହା ପରେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା. କଳସ ଯାତ୍ରା ରେ ଯୁବ କଂଗ୍ରେସ ନେତା ସାଗର ଚରଣ ଦାସ, ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ, ଜିଲ୍ଲା କଂଗ୍ରେସ ଉପ ସଭାପତି ଧନୁର୍ଦ୍ଧର ଗହୀର, ଇନ୍ଦ୍ରଜିତ୍ ମହାଖୁଡ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପ୍ରଧାନ, ସରୋଜ ବାଗ,  ଦୁଖିଶ୍ଯାମ ପ୍ରଧାନ,  ଚନ୍ଦ୍ର ଶେଖର ଯୋଶୀ, ମହମ୍ମଦ୍ ସାହେବ୍, ସୁବାସ ପ୍ରଧାନୀ, ମୁରଲୀ ନାୟକ, କୃଷ୍ନ ନାୟକ, କାଳିଆ ନାୟକ ସଚିନ ନାୟକ, ମନୋଜ କରୁଆଁ,ଟାଉନ କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ, ଜ୍ୟୋତିର୍ମୟୀ ବାଗ, ମନ୍ଦାକିନୀ ବାଣୁଆ, ସୈଭାଗ୍ୟ ମଲ୍ଲିକ, ରୋଜି ନାୟକ ପ୍ରମୂଖ ଏହି କଳସ ଯାତ୍ରା ରେ ସାମିଲ ଥିଲେ । 



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe