//BREAKING//
Loading...

ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା,କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ

 


ବିଜେଡି ବୁଧବାର ଦିନ ବିଧାନସଭା ପାଇଁ ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ। ଅନ୍ୟପକ୍ଷରେ ସମ୍ବଲପୁର ଓ ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ସମ୍ବଲପୁରରୁ ରୋହିତ ପୁଜାରୀ ଲଢିବେ ଓ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ।

ବୁଧବାର ଦିନ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ

ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ

କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ

ପଦ୍ମପୁରରୁ ବର୍ଷା ସିଂ ବରିହା

କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ

ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ

ଅନୁଗୁଳରୁ ସଞ୍ଜୁକ୍ତା ସିଂ

ନିମାପଡାରୁ ଦିଲ୍ଲୀପ କୁମାର ନାୟକ

ସାନଖେମୁଣ୍ଡିରୁ ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ

ଜୟପୁର ଡକ୍ଟର ଇନ୍ଦିରା ନନ୍ଦ



ଆଜିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ସହ ବିଜେଡି ମୋଟ ୧୨୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଉ ମାତ୍ର ୨୧ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି। ବିଜେପି ବର୍ତ୍ତମାନ ସୁଦ୍ଧା ୧୩୧ ଓ କଂଗ୍ରେସ ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ରାଜ୍ୟର ୨୧ଟି ଯାକ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପି ମଧ୍ୟ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ରହିଛି। କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ଯରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ପରେ ପରେ ଆଉ ୩ଟି ପର୍ଯ୍ୟାୟରେ ଅର୍ଥାତ ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ। ଜୁନ୪ ତାରିଖରେ ଫଳାଫଳ ଘୋଷଣା କରାଯିବ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe