//BREAKING//
Loading...

କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ଙ୍କ ଦ୍ବାରା ସରପଞ୍ଚ ପଦବୀ ପାଇଁ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ନେଇ ବିଡିଓ ଙ୍କୁ ଓକିଲ ନୋଟିସ !!!

 କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ଙ୍କ ଦ୍ବାରା ସରପଞ୍ଚ ପଦବୀ ପାଇଁ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ନେଇ ବିଡିଓ ଙ୍କୁ ଓକିଲ ନୋଟିସ !!!                                      ଜୁନାଗଡା :----- 

(ତର୍ଜମା ବ୍ୟୁରୋ ନ୍ୟୁଜ )



           କଳାହାଣ୍ଡି ଜିଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ପରମେଶ୍ବର ମେହେର ଚିଚୈଗୁଡା ସରପଞ୍ଚ ଭାବେ ନାମାଙ୍କନ ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା କୁ ଲୁଚାଇ ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି ।  

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେଶ, ସମ୍ପତ୍ତି ଓ ଋଣ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀ ମେହେର ଙ୍କ ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓଙ୍କ ତରଫରୁ ଦାୟିତ୍ବରେ ଥିବା ସମ୍ପୃକ୍ତ ପଂଚାୟତ ନିର୍ବାଚନ ଅଧିକାରୀ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି । 

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି । ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି । ଜୁନାଗଡ ବିଡିଓ ଶ୍ରୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସରପଞ୍ଚ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ । ସୂଚନା ଯୋଗ୍ୟ ଯେ, ପରମେଶ୍ବର ମେହେର ଚିଚୈଗୁଡା ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଶ୍ରୀ ମେହେର ଙ୍କ ପତ୍ନୀ ଶ୍ରୀମତୀ ଶୁଦ୍ଧିର ମେହେର ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ପରିଚଡ ଉପାଧ୍ୟକ୍ଷ୍ୟା ଅଛନ୍ତି । ଏସମ୍ପର୍କରେ ଜୁନାଗଡ ବିଡିଓ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ । ସାଧାରଣ ଭାବରେ ମିଥ୍ୟା ସତ୍ୟ ପାଠ ର ଭିନ୍ନ ଅର୍ଥ ବାହାର କରି ସମ୍ପୃକ୍ତ ପଦଧିକାରୀ ମାନେ ସରକାରଙ୍କ ନୀତି ନିୟମ କୁ ଅଣଦେଖା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଆଇନ ରେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ନିର୍ବାଚନ ଅଧିକାରୀ ମାନେ କିପରି ଓ କାହିଁକି ସେଭଳି ଅନଦେଖା କରୁଛନ୍ତି ସେସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । 

ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ଏଭଳି ଭୁଲ ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe