//BREAKING//
Loading...

ଚର୍ଚ୍ଚା ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ -- ଜୁନାଗଡ ର ଝି ଆର୍ ଜୁନାଗଡ ନିର୍ବାଚନ ମଣ୍ଡଳୀ ପିଲା !!

 ଚର୍ଚ୍ଚା ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ -- ଜୁନାଗଡ ର ଝି ଆର୍ ଜୁନାଗଡ ନିର୍ବାଚନ ମଣ୍ଡଳୀ ପିଲା  !!


          ଜୁନାଗଡ଼ -:--                                            ( ତର୍ଜମା ବ୍ୟୁରୋ)। 

                ଆଗକୁ ଆସୁଛି ନିର୍ବାଚନ ହେଲେ ଏବେ ଠାରୁ ସମସ୍ତେ ନିଜେ ନିଜର ଭୋଟ ଭିକ୍ଷା କରିବା ପାଇଁ ପଲ୍ଲୀ ରୁ ସହର ,ସହରରୁ ନଗର ପରିକ୍ରମା କରିବା ସହିତ ଆମକୁ ଭୋଟ ଦିଅ ବୋଲି ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାଥି ଭାବେ ଶ୍ରୀ ତୁଲେଶ୍ଵର ନାଏକ  ଓ ଲୋକସଭା ପ୍ରାର୍ଥୀନୀ ଭାବରେ ଜୁନାଗଡ ର ଆଦିବାସୀ ଝିଅ ଶ୍ରୀମତୀ ଦ୍ରୌପଦୀ ମାଝି ମନୋନିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଳା ର ପାଞ୍ଚ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜୁନାଗଡ ନିର୍ବାଚନ ମଣ୍ଡଳୀ ଏକ ସ୍ପର୍ଶ କାତର , ଓ ଭାବନାତ୍ମକ ସମ୍ପର୍କ କୁ ଅଧିକ ଗୁରୁତ୍ଵ ଦିଆ ଯାଇ ଥାଏ । ସ୍ନେହ ମମତା ଓ ସ୍ବାଭିମାନ କୁ ଦୃଷ୍ଟି ରେ ରଖି  ନିଜ  ନିର୍ବାଚନ ମଣ୍ଡଳୀ ରେ ଜନ୍ମିତ ମାନଙ୍କୁ ଅଧିକ  ଆକର୍ଷଣ କରିଥାଏ ସମସ୍ତେ ପ୍ରଥମେ ମାଟି ପରେ ପାର୍ଟି କହି  ନିଜର ଲୋକଙ୍କୁ ବିଜୟୀ ଲାଗି ପଡନ୍ତି ଜୁନାଗଡ ନିର୍ବାଚନ ମଣ୍ଡଳୀ ବାସି  । ଆଜି  ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମାଝି ଓ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ ଦୁହେଁ ମିଶି ଭୋଟ ପାଇଁ ଗାଁ ଗାଁ ବୁଲିବା ଦେଖିବାକୁ ମିଳୁଛି ଓ ଗ୍ରାମାଞ୍ଚଳ ମାନଙ୍କରେ  ଉଭୟ ପ୍ରାର୍ଥୀ ଙ୍କୁ   ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି । ପ୍ରଥମ ଥର ପାଇଁ ଚଳିତ ନିର୍ବାଚନ ରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଦିଗ ପରିବର୍ତ୍ତନ ହେଲା ଭଲି ରାଜନିତି କ୍ଷେତ୍ରରେ  ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ ବୋଲି ସମସ୍ତେ ଦୋକାନ,ବଜାର ଏମିତିକି ପରିବାରରେ ମଧ୍ୟ ଚିନ୍ତା କରୁଛନ୍ତି ବୋଲି ଦେଖିବାକୁ ମିଳୁଛି ।ତୁଲେଶରଙ୍କ କହିବା ଅନୁସାରେ ଏ ସରକାର ଗରିବ ଖଟିଖିଆ,ନିରିହ ଲୋକ ମାନଙ୍କ ପାଇଁ କିଛି କାର୍ଯ୍ୟ କରୁନାହିଁ ଖାଲି ଫମ୍ପା ମାଠିଆର ଶବ୍ଦ ବେଶି ବୋଲି ପରିପ୍ରକାଶ କରୁଥିବା ବେଲେ ଗରିବର ଦୁଃଖ ବୁଝିବା ସାତ ସପନ ହେବା ସହିତ ଜୁନାଗଡ଼ର ବିକାଶ କରିବା ପରିବର୍ତ୍ତେ ବିନାଶ କରୁଛି ବୋଲି ଲୋକ ମାନଙ୍କୁ କହିଥିଲେ ଓ ଆଗାମି ଦିନରେ ଯଦି କଂଗ୍ରେସ ସରକାର ବିଜୟ ହୁଏ ତାହେଲେ ମହିଲା ମାନଙ୍କର ରୁଣ ଛାଡ ହେବା ସହିତ ବେକାରି ଜୁବକ ଜୁବତି ମାନଙ୍କୁ ବେକାର ଭତ୍ତା ଯୋଗାଇ ଦିଆଯିବ ବୋଲି ନିଜର ଭାଷଣ ରଖିଥିଲେ ଓ କଂଗ୍ରେସ ପାର୍ଟିର ଜଣେ ବଡ଼ ନେତା ଶ୍ରୀ  ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ   କଳାହାଣ୍ଡି ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସୁଚନା ଦେଇଥିଲେ ।ତାଙ୍କ ସହିତ ହଜାର ହଜାର କର୍ମିମାନେ ଆଜି ରାଜପୁର,ଖସିଗୁଡା ସମେତ ଆଖପାଖ ଅଞ୍ଚଳର ଗ୍ରାମକୁ ଘର ଘର ବୁଲି ପରିଭ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ପ୍ରଥମ ଥର ପାଇଁ ଜୁନାଗଡ ନିର୍ବାଚନ ମଣ୍ଡଳୀ ର ଆଦିବାସି ଝିଅ ଶ୍ରୀ ମତି ଦ୍ରୌପଦୀ ମାଝି ଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ କରିଥିବା ଯୋଗୁଁ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ଆନନ୍ଦ ର ଲହରୀ ଖେଳି ଯାଇଛି ।କଳାହାଣ୍ଡି ମାଟିରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଙ୍କୁ ଲୋକସଭା  ଟିକେଟ  ପ୍ରଦାନ କରି କଳାହାଣ୍ଡି ମାଟି କୁ ଗର୍ବିତ କରିଛନ୍ତି ଓ ଜିଲ୍ଲା ବାସି ନିଶ୍ଚିତ ଭାବରେ ଆମ ନେତା ଭକ୍ତ ଚରଣ ଦାସ ଙ୍କ   ନେତୃତ୍ୱରେ  ଆସନ୍ତା ନିର୍ବାଚନ ରେ ଏକ ଐତିହାସିକ ପରିବର୍ତନ ନିଶ୍ଚିତ ବୋଲି ପ୍ରକାଶ କରିଛନ୍ତି । ତେବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଣ୍ଡଳୀ ର ଝୀ ଓ ନିର୍ବାଚନ ମଣ୍ଡଳୀର ପୋ କେ ଜିତାମୁଁ ବୋଲି  ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ତେବେ ଆଗମୀ ନିର୍ବାଚନ ରେ  ଜୁନାଗଡ ରେ  ନିଶ୍ଚିତ   ଭାବରେ କିଛି ଆଶ୍ଚର୍ଯ୍ୟଜନକ  ପରିବର୍ତନ ର ଆଭାସ ଦେଉଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe