ବଡକୁଟୃ ଛକ ନିକଟରୁ ବାଇକ୍ ସହ ୨୬ କେଜି ଗଞ୍ଜେଇ ଜବତ , ଜଣେ ଗିରଫ।
କଲମପୁର :---------(ତର୍ଜମା ନ୍ୟୁଜ ) ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର କଲମପୁର ଥାନା ବଡକୁଟୃ ଛକ ନିକଟରୁ ମଙ୍ଗଲବାର ଭୋର ସମୟରେ ଏକ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ଜନୈକ ଯୁବକକୁ ଅବକାରୀ ବିଭାଗ କର୍ମଚାରୀ ଗିରଫ କରିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୃତ୍ବରେ ଧର୍ମଗଡ ଓଆଇସି ପ୍ରତୀମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ନରେନ୍ଦ୍ର ମିଞ୍ଜ ପ୍ରମୁଖଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ବଡକୁଟୃ ଛକ ନିକଟରେ ଡେରା ପକାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଏକ ବାଇକ୍ ଯୋଗେ କିଛି ଗଞ୍ଜେଇ ଚାଲାଣ କରାଯାଉ ଥିବା ସୂଚନା ରହିଥିଲା। ଏହି ସମୟରେ କଲମପୁର ଥାନା ଅଧିନସ୍ଥ ଡୁମେରମୁଣ୍ଡା ଗ୍ରାମର ପର୍ଶୁ ନାଏକଙ୍କ ପୁଅ ଶଙ୍କର ନାଏକ ନାମକ ଜନୈକ ଯୁବକ ଏକ ହିରୋ ପେସନ ପ୍ରୋ ବାଇକ୍ ନଂ ଓଡି ୦୮ବି ୨୪୭୬ ଯୋଗେ ଆସୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ତାକୁ ଅଟକାଇ ଖାନତଲାସୀ କରିଥିଲେ। ବାଇକ୍ ରେ ଥିବା ୨୫ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ବାଇକକୁ ଜବତ କରିଥିଲେ। ଏହାସହ ଯୁବକ ଶଙ୍କରକୁ ଧର୍ମଗଡ଼ ଅବକାରୀ ଥାନାକୁ ନେଇ ଘଠଣାର ଅଧିକ ତଦନ୍ତ କରିଥିଲେ। ଧର୍ମଗଡ଼ ଅବକାରୀ ଥାନା କେସ ନଂ ୧୫/୨୦୨୪/୨୫ ତାରିଖ ୩୦/୪/୨୦୨୪ ଅନୁସାରେ ମାମଲା ରୁଜୁ ସହ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବା ପରେ ଶଙ୍କର କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଜବତ ଗଞ୍ଜେଇର ମୂଲ୍ୟ ହାରାହାରି ୨,୫୦ ଲକ୍ଷ ହେବ ବୋଲି ବିଭାଗ ଆକଳନ କରିଛି । ସୂଚନା ଯେ ଏହି ଅଞ୍ଚଳର କଲମପୁର,ମିନଗୁର,ପାତ୍ରବସା, ତେନ୍ତୁଳିଖୁଣ୍ଟି ,ମଣ୍ଡଳ ଭଳି ବିଭିନ୍ନ ଗ୍ରାମରେ ଗଞ୍ଜେଇ ଓ ଦେଶି ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଡ଼ମ୍ବନା ଅବକାରୀ ବିଭାଗ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉ ନ ଥିବାରୁ ଏହା କାୟା ବିସ୍ତାର କରିବାରେ ଲାଗିଛି । ପରିତାପର ବିଷୟ ଏହି ଯେ, ଜୁନାଗଡ଼ ଅବକାରୀ ନିରୀକ୍ଷକ ଓ ଧର୍ମଗଡ ଉପଖଣ୍ଡ ଅଧିକାରୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେବାକୁ କୁଣ୍ଠାବୋଧ କରୁଥିବାର ରହସ୍ୟ ବୁଝାପଡୁ ନ ଥିବା ବେଳେ ଆଜିର ଧରପଗଡ ସୂଚନା ଖୋଦ୍ ଜିଲ୍ଲା ଅବକାରୀ ଅଧିକ୍ଷକ ଯୋଗାଇ ଦେଇଛନ୍ତି ।ଏଥିରୁ ବିଭାଗୀୟ ଅଧିକାରୀ ମାନଙ୍କ ମନୋବୃତ୍ତି ସହଜେ ହିଁ ଅନୁମେୟ ।
Post a Comment