ନୂଆପଡ଼ା ନୂଆ ବନ୍ଦହୁଡ଼ାର ଡୁମେର ଗଛରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ।
ଗୋଲାମୁଣ୍ଡା ନିକଟସ୍ଥ ନୁଆ ପଡ଼ା ନୂଆ ବନ୍ଦର ହୁଡାରେ ଥିବା ଡୁମେର ଗଛରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ସନ୍ତୋଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଥିଲେ ।
ପରେ ଏ ସମ୍ପର୍କରେ ଗୋଲାମୁଣ୍ଡା ଥାନା ଅଧିକାରୀସ୍ଵାତୀପଦ୍ମା ସେଠ୍ ଙ୍କୁ ଯୋଗା ଯୋଗ କରି କେଶ ନଂ ୪/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ହେଲେ ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଡାକ୍ତର ଆସି ତଦନ୍ତ କଲାପରେ ହିଁ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
Post a Comment