//BREAKING//
Loading...

ବସିଥିବା ଲୋକଙ୍କୁ ପିଟିଲା କିଆ କାର ଜଣେ ମୃତ ୫ଜଣ ଗୁରୁତର


କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା NH ୨୬ ଜାତୀୟ ରାଜପଥ ଉପରେ ବଡ ଧାରଣ ର ସଡ଼କ ଦୁର୍ଘଟଣା। ରାସ୍ତା ପାର୍ଶ୍ବରେ ବସିଥିବା ଲୋକ ମାନଙ୍କୁ ପିଟିଲା କାର। ଜଣେ ମୃତ ୫ ଜଣ ଗୁରୁତର ଆହତ। ସୂଚନା ଅନୁଯାୟୀ ଜୁନାଗଡ଼ ପଟରୁ ଗୋଟିଏ ନୂତନ କିଆ କାର ଗାଡି OD୦୧AX୨୨୨୫ ମୋଟେର ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ବସିଥିବା ୬ଜଣ ବ୍ୟକ୍ତିଙ୍କ ଉପରକୁ ମାଡ଼ି ଯାଇଥିଲା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନା କୁ ନିଆଯାଇଛି ।ମୃତ ବ୍ୟକ୍ତି କୋକସରା ଥାନା ଅନ୍ତର୍ଗତ ଜଳତାମୁଣ୍ଡା ଗ୍ରାମର ଲୟ ମୁଣ୍ଡା ବୟସ ୩୫ ବୋଲି ଜଣା ପଡ଼ିଛି। ସେ ନିଜ ଶ୍ଵଶୁର ଘର ମହିଚଳା କୁ ଆସିଥିଲେ । ଦୁର୍ଘଟଣା ଘଟାଇଥିବା ମୁଖିଗୁଡ଼ା ଗ୍ରାମର ପ୍ରଦ୍ୟୁମ୍ନ ମହାନ୍ତି ଏବଂ ତାଙ୍କ ବାପା ଓ ଅନ୍ୟଜଣ ବ୍ୟକ୍ତିଙ୍କୁ ଜୁନାଗଡ଼ ପୋଲିସ ଥାନା କୁ ନେଇ ତଦନ୍ତ ଚଳାଇଛି । ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଉପରେ ସବ ରଖି କ୍ଷତିପୂରଣ ପାଇଁ ଧାରଣା ରେ ବସିଛନ୍ତି ଫଳରେ ଜୁନାଗଡ଼ ରୁ ମୋଟର ଯାତାୟାତ ଠପ୍ ରହିଥିବାବେଳେ ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଛି |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe