//BREAKING//
Loading...

ସିବିଏସଇ ଦଶମ ପରୀକ୍ଷାରେ ପୁରବ ବେହେରା କଳାହାଣ୍ଡି ଟପ୍ପର


 କଳାହାଣ୍ଡି:- ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ଏଥିରେ କଳାହାଣ୍ଡି ଟପ୍ପର ହୋଇଛନ୍ତି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଗାଁର ପୁରବ ବେହେରା। ମଣ୍ଡଳ ଗାଁର ସଞ୍ଜୀବ ବେହେରା ଓ ରଶ୍ମିତା ବେହେରାଙ୍କ ପୁଅ ପୁରବ ବେହେରା । ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ, ବିକାଶ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ପୁରବ ପ୍ରତ୍ୟେକ ଦିନ ୧୦ ଘଣ୍ଟା ଧରି ପାଠ ପଢ଼ିବା ପରିଶ୍ରମ କରୁଥିଲେ। ତାଙ୍କର ଏ ସଫଳତା ପାଇଁ ସେ ପରିବାର ବର୍ଗ ଏବଂ ନିଜ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହାର ଶ୍ରେହଁ ଦେଇଥିବା ବେଳେ, ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି ପୁରବ । ପୁରବଙ୍କ ଏ ସଫଳତା ପାଈଁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟୁଛି । ପୁରବ  ସିବିଏସସି ଦଶମ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଯାହା ଫଳରେ ପୁଅର ଏ ବିଜୟକୁ ନେଇ ବେଶ୍ ଉତ୍ସାହିତ ପରିବାର । ସେହି ପରି କଳାହାଣ୍ଡି ଜିଲ୍ଲାର ବିକାଶ ସ୍କୁଲର ଅନେକ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଉପଲକ୍ଷେ ଆଜି ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ବିକାଶ ଅନୁଷ୍ଠାନର ନିର୍ଦେଶକ ଡ଼ି ଶ୍ୟାମ, ଅନ୍ୟତମ ନିର୍ଦେଶକ ଡ଼ି ରାମକୁମାର, ଏକାଡେମୀକ ଇନଚାର୍ଜ ଡ଼ି.ବିଜୟା ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଯୁବରାଜ ନାୟକ ଓ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧିତ କରିଛନ୍ତି  ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe