//BREAKING//
Loading...

ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ସୁରକ୍ଷା ଦାଇତ୍ୱରେ ଥିବା କର୍ମଚାରୀ


 କଳାହାଣ୍ଡି:-ମୁଖିଗୁଡ଼ା  ବହୁମୁଖି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଦୀର୍ଘ ବର୍ଷ ଧରି ସୁରକ୍ଷା ଯୋଗାଇ ଆସୁଥିବା ସୁରକ୍ଷା କର୍ମିକଙ୍କ ବେତନ ଟଙ୍କା ହଡ଼ପ ସହ ଠିକ୍ ସମୟରେ ମାସିକ ବେତନ ପ୍ରଦାନ କରାଯାଉ ନାହିଁ, ଯାହା ଫଳରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ସୁରକ୍ଷା ଦାଇତ୍ୱରେ ଥିବା କର୍ମଚାରୀ। ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଠାରେ ଥିବା ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପର ସୁରକ୍ଷା ଦାଇତ୍ୱ ପାଇଁ ମା ତାରିଣୀ ସିକ୍ୟୁରିଟି ସଂସ୍ଥା ଟେଣ୍ଡର ପାଇଁ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତ କରିଛି । ହେଲେ ସେହି କର୍ମଚାରୀ ମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରୁନଥିବା ବେଳେ, ବର୍ତ୍ତମାନ ସମୟରେ ସରକାର ଶ୍ରମିକ ମାନଙ୍କ ପାଇଁ ୫୦୦ ଟଙ୍କା ମଜୁରୀ ଟଙ୍କା ବୃଦ୍ଧି କରିଛନ୍ତି । ହେଲେ ଓଏଚପିସି ଓ ସଂପୃକ୍ତ ସୁରକ୍ଷା ଦାଇତ୍ୱରେ ଥିବା ମାଁ ତାରିଣୀ ସିକ୍ୟୁରିଟି ସଂସ୍ଥା ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନାଁ ପାରିଶ୍ରମିକ ଠିକ୍ ସମୟରେ ମିଳୁଛି ନାଁ ବୃଦ୍ଧି ହୋଇଥିବା ବେତନ ଟଙ୍କା ମିଳୁଛି । ଯାହାକୁ ନେଇ ଆଜି ନିଯୁକ୍ତ ଥିବା ସମସ୍ତ ସୁରକ୍ଷା କର୍ମୀ ଆନ୍ଦୋଳନକୁ ଓହ୍ଲାଇବା ସହ ଓଏଚପିସି କାର୍ଯ୍ୟଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଅର୍ଥ ରାଶି ପ୍ରଦାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ସୁରକ୍ଷା କର୍ମୀ । ସେ ପରେ ଏନେଇ ଓଏଚପିସି ଉପ ସାଧାରଣ ପରିଚାଳକ ଅକ୍ଷୟ କୁମାର ସାହୁଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର କର୍ମଚାରୀଙ୍କ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଏନେଇ ମାଁ ତାରିଣୀ ସିକ୍ୟୁରିଟି ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ହେଲେ ସେପଟେ ଗଣମାଧ୍ୟମ ହାତରେ ଲାଗିଥିବା ଏକ ଦସ୍ତାବିଜ ଅନୁଯାୟୀ ବିଳମ୍ବରେ କର୍ମଚାରୀଙ୍କ ଦରମା ପ୍ରଦାନ କରାଯାଉଥିବା ନେଇ ସ୍ପଟ୍ ଭାବରେ ଉଲ୍ଲେଖ ରହିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe