//BREAKING//
Loading...

କଳାହାଣ୍ଡି ଜିଲ୍ଲାରେ ମାନବିକତା ର ମୃତ୍ୟୁ!?

 

ବିଶେଷ ଉପସ୍ଥାପନା:------

କଳାହାଣ୍ଡି ଜିଲ୍ଲାରେ ମାନବିକତା ର ମୃତ୍ୟୁ!?



ହାଇୱା ଦୁର୍ଘଟଣା ରେ ମହିଳା ଙ୍କ ପରଲୋକ ର 5 ଘଣ୍ଟା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଦୟା କଲେ ପରି ଲାଗିଲା ।କଳାହାଣ୍ଡି ଜିଲ୍ଲାରେ କେସିଙ୍ଗା, ଭବାନୀପାଟଣା, ଜୁନାଗଡ, ଧର୍ମଗଡ ଓ ଜୟ ପାଟଣା ରେ ବାଇ ପାସ ନ ଥିବା ଓ ଦିନ କୁ ଦିନ ଜନସଂଖ୍ୟା ଓ ଯାନ ବାହାନ ବୃଦ୍ଧି ସହ ପୋଲିସ ବିଭାଗ ରେ କର୍ମଚାରୀ ଅଭାବ, ଯୋଗୁଁ ଭାରି ଯାନ ବାହାନ କୌଣସି ନୀତି ନିୟମ ପାଳନ କରୁ ନ ଥିବା , ବେପରୁଆ ଭାବରେ ଯାନ ବାହାନ ସହର ର ଭିଡ ଭିତରେ ନେଇ ଦୁର୍ଘଟଣା ଘଟାଉ ଥିବା ଦେଖିବାକୁ ମିଳୁଛି। ଗତକାଲି ମାନବିକତା ର ମୃତ୍ୟୁ ଘଟିଛି । ପାଣ୍ଡିଆନ  ର ରୋଡ ସୋ ସମୟରେ ଖୋଦ୍ ଏସପି ଓ ତାଙ୍କ ପୋଲିସ୍ ବାହିନୀ ପାଣ୍ଡିଆନ ର ଗାଡ଼ି ର ଆଗ ପଛ ରାଜ ରାସ୍ତା ରେ  ଦୌଡ଼ି ଦୌଡ଼ି ଭିଡ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳି ଥିଲା । କିନ୍ତୁ ଗତ କାଲି ସନ୍ଧ୍ୟା 5, 15 ମିନିଟ ସମୟରେ ମହାବୀର ପଡ଼ା ଛକରେ ଦୁର୍ଘଟଣା ଘଟାଇ ହାଇୱା ଫେରାର୍ ମାରିଥିଲା। ତାକୁ ସିଡିଏମଓ ଅଫିସ ସମ୍ମୁଖ ରେ ଧରିଥିଲେ । ଘଟଣା ସ୍ଥଳରେ ହିଁ  ମହିଳା ଙ୍କ ମୃତ୍ୟୁ ହୋଇ ଥିଲା ।ପୋଲିସ ପହଁଚି କେବଳ  ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଏସଡିପିଓ ହେମ୍ବ୍ରମ ସାର୍, ଟାଉନ ଥାନା ଅଧିକାରୀ ଓ ଥାନା ଷ୍ଟାଫ୍ ଘଟଣା ସ୍ଥଳ ରେ ଉପସ୍ଥିତ ଥିଲେ । ଘଟଣା ର ତିନି ଘଣ୍ଟା ପରେ ତହସିଲ ଦାର ମାଡ଼ାମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସହର ର ଘୋଟାଘାଟ ଓ ମହାବୀର ପଡ଼ା ଛକ ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥଲେ ସହରବାସୀ । ମୃତ୍ୟୁ ର 5, 30 ଘଂଟା ଧରି ମହିଳା ଙ୍କ ମୃତଦେହ ପଡ଼ିଥିଲା ରାସ୍ତା ଉପରେ । ଏ ପରି ଦୃଶ୍ୟ ଓ ମାନବିକତା ର ମୃତ୍ୟୁ ଘଟିଥିଲା କଳାହାଣ୍ଡି ଜିଲ୍ଲାରେ ଗତ ରାତି ।ଜିଲ୍ଲାପାଳ, ଏସପି, କେହି ଆସିଲେ ନାହିଁ ଘଟଣା ସ୍ଥଳରେ ପାଞ୍ଚ ଘଂଟା ପରେ ରାତି 10,30 ମିନିଟ ରେ ପରିସ୍ଥିତି ଅଣାୟତ୍ତ ହେବାରୁ ଉପ ଜିଲ୍ଲାପାଳ ଦୟା କରି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଲୋକଙ୍କ ଦାବି କୁ ପୂରଣ କରିବା ପାଇଁ ଲିଖିତ ଭାବେ ଦେଇଥିବା  ଜଣା ଯାଏ । ଏଥିରୁ ସ୍ପଷ୍ଟ ଯେ, ପ୍ରଶାସନ କେତେ ନିର୍ଦ୍ଦୟ ଯାହା ଫଳରେ 5 ଘଣ୍ଟା ରୁ ଅଧିକ ଶବ ପଡ଼ିରହିଥିଲା ରାଜ ରାସ୍ତା ରେ । ଏହାଠୁ ଦୁର୍ଭାଗ୍ୟ ଘଟଣା  ଗୋଟିଏ ଶବ ପ୍ରତି କିଛି ହୋଇ ନ ପାରେ । ତେବେ ପ୍ରଶାସନ ର ଏପରି ମାନସିକତା  ଜିଲ୍ଲାବାସୀ ଙ୍କ ପ୍ରତି ଅପମାନ ଓ ଏପରି ଲାଗିଲା ସତେ ଯେପରି ପ୍ରଶାସନ ଆମ ଶାସକ ଓ ସାଧାରଣ ଲୋକ ପ୍ରଶାସନ ର ଗୁଲାମ୍ । ସାଧାରଣ ଜନତା ଙ୍କ  ଟ୍ୟାକ୍ସ ରୁ ଦରମା ପାଇ ଏପରି ସରକାରୀ ଵାବୁ ମାନଙ୍କ ଅହଙ୍କାର ସହଜେ ଗ୍ରହଣୀୟ ନୁହଁ।କଳାହାଣ୍ଡି ରେ ମାନବିକତା ର ମୃତ୍ୟୁ ଘଟିଛି ।

ପରିସ୍ଥିତି ଅନିୟନ୍ତ୍ରିତ ହେବା ପୁର୍ବରୁ ସହର  ଭିତରକୁ ଭାରି ଯାନ ବାହାନ ପ୍ରବେଶ  ଓ ଚଳା ଚଳ ଦିନ 8 ଘଣ୍ଟା ଠାରୁ  ରାତ୍ର 9 ଘଣ୍ଟା ଯାଏଁ ସମ୍ପୂର୍ଣ ବନ୍ଦ, ଅନିୟନ୍ତ୍ରିତ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଟ୍ରାଫିକ ବ୍ୟବସ୍ଥା, ଦୃତ ଗତିରେ ଯାନବାହାନ ଚଳା ଚଳ ଉପରେ ନିୟନ୍ତ୍ରଣ, ଜିଲ୍ଲା ମାଇନ୍ସ ବିଭାଗ ର ଜ୍ଞାତ ସାର ରେ ହାଇୱା ଓ ଟ୍ରାକ୍ଟର ରେ ବାଲିଚୋରି ଙ୍କ ଉପରେ ନିୟନ୍ତ୍ରଣ ସହ , ବେଆଇନ ବାଲି ମାଫିଆ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା  ପାଇଁ  ଦାବୀ ହେଉଛି । ଆଶା ପୋଲିସ୍ ବିଭାଗ, ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲଟି କର୍ତୁପକ୍ଷ ମିଳିତ ଭାବେ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିବା ସହ ମୁଖ୍ୟ ରାସ୍ତା କଡ କୁ ଜବର ଦଖଲ କରିଥିବା, ସଙ୍କୋଚିତ ରାସ୍ତା କୁ ପ୍ରଶସ୍ତ କରିବା ପାଇଁ ଅତିଶିଘ୍ର ଉଚ୍ଛେଦ ବ୍ୟବସ୍ଥା କରିବେ ବୋଲି ଆଶା କରୁଛୁ । ନଚେତ ଆଗାମୀ ଦିନରେ କଳାହାଣ୍ଡିଆ ନିଜ ହକ୍ ଦାବୀ ହାସଲ ପାଇଁ ଯଦି ଅଡି ବସିବେ ତେବେ ପ୍ରଶାସନ ଓ ବ୍ୟବସ୍ଥା  ଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ପ୍ରକାଶ ପାଇଛି ।

ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, 

ମୁଖ୍ୟ ସମ୍ପାଦକ, ତର୍ଜମା ନ୍ୟୁଜ, 


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe