//BREAKING//
Loading...

ଶବକୁ ସମ୍ମାନ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାର ର ଲକ୍ଷ୍ୟ


ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅସହାୟ ସାଥିରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍," କଳାହାଣ୍ଡି ପରିବାର

ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ତାଳବନ୍ଦ ପଡ଼ାର ଯଶୋଦା ଦଣ୍ଡସେନା ନାମକ ମହିଳା ଅନେକ ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ କଷ୍ଟକର ଜୀବନ ବିତାଉଥିଲେ । ଦୁଃଖର କଥା ସ୍ତ୍ରୀ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଏବଂ ଅତ୍ୟନ୍ତ ଦୁଃଖର କଥା ନିଜ ସ୍ୱାମୀ ଥାଇ କି ନ ଥିଲା ସହିତ ସମାନ । ଘରେ ୩ ଟି ଝିଅ  ପାଠ ପଢ଼ିବା ସମୟରେ  ଲୋକଙ୍କ ଘରେ କାମ କରି ଟଙ୍କା ଉପାର୍ଜନ କରି ଘର ଚଳାଉଥିଲେ ହେଲେ ସ୍ୱାମୀ  ମନ୍ଦ ପିଇ ପ୍ରତି ଦିନ ଝଗଡ଼ା କରୁଥାଏ। ଗତକାଲି ସେହି ଅସହାୟ ଅବସ୍ଥାରେ ପଡିରହିଥିବା କ୍ୟାନ୍ସର ରୋଗୀ ମହିଳା ର ମୃତ୍ୟୁ ଶରୀର ଘରେ ପଡିରହିଥିବା ବେଳେ କେହି ଧ୍ୟାନ ଦେଉ ନ ଥିଲେ । ଏହି ଦୁଃଖଦ ଘଟଣା ଜଣେ ଅଚିହ୍ନା ସହୃଦୟା ମହିଳା ଫୋନ୍ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ଉପ-ସଭାପତି ଶ୍ରୀ ଭୋଲା ଶଙ୍କର ପାତ୍ର ଙ୍କୁ ଜଣାଇବା ରୁ ଜଣାଇବା ରୁ ବିଳମ୍ବ ନ କରି ଅନୁଷ୍ଠାନ ର ପ୍ରତିଷ୍ଠାତା କୁ ଫୋନ୍ କରି ଜଣାଇଥିଲେ ଏବଂ ସମ୍ମାନର ସହିତ ଶବ ସତ୍କାର କରିବା ପାଇଁ କହିଥିଲେ ।


 ଭବାନିପାଟଣା ରୁ ଅନୁଷ୍ଠାନ ର ଉପ-ସଭାପତି ଶ୍ରୀ ଭୋଲା ଶଙ୍କର ପାତ୍ର, ଅନୁଷ୍ଠାନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଯବାନ ଫିଜିକାଲ୍ ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀ ଭୂପେନ୍ଦ୍ର ନାଏକ, ଉମାକାନ୍ତ ସୁନାନୀ ଜନସନ୍ ମାଝୀ, ଜ୍ଞାନୀ ସାଗର, କିଶୋର ତାଣ୍ଡି ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ସବୁ ଦେଖିବା ସହିତ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ ଙ୍କୁ ଶବ ସତ୍କାର କରିବା ପାଇଁ ଜଣାଇବା ରୁ ୪୦୦୦ ଯୋଗାଇ ଦେବା ସହିତ  ମହେଶ୍ୱର ଅଗ୍ରୱାଲ ୫୦୦ ଟଙ୍କା ଓ ସନ୍ତୋଷ ଜୈନ ୨୧୦୦ ଟଙ୍କା ଶବ ସତ୍କାର କରିବା ସହିତ ପରିବାର କୁ ରାସନ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ସହଯୋଗ କରିଥିଲେ ।  ଶବ କୁ ସମ୍ମାନ ର ସହିତ ବହି ୧ କି.ମି ପର୍ଯ୍ୟନ୍ତ ହାତୀ ନଦୀ କୂଳରେ ନେଇ ଶବ ସତ୍କାର କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ରେ ସବୁବେଳେ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ହୋଇଥିବା ଅନୁଷ୍ଠାନ ରହିଥିବା ରୁ ସମସ୍ତେ ପ୍ରଶଂସା କରିବା ସହିତ ଜୁନାଗଡ଼ ତଥା କଳାହାଣ୍ଡି ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଛି।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe