ଜୁନାଗଡ଼:----- ( ତର୍ଜମା ନ୍ୟୁଜ ) ଆଗକୁ ଆସୁଛି ନିର୍ବାଚନ ହେଲେ କିଏ କାହା ସପକ୍ଷରେ ଭୋଟ ଭିକ୍ଷା କରୁଛି ତ କିଏ ମହାଭାରତର ସକୁନି ପରି ଦଲରେ ମିଶି କୁଟ ଚକ୍ରାନ୍ତ କରୁଛି ଏହି ରାଜନିତିକୁ ନେଇ, କାହିଁକି ନାଁ ଆଜିର ସ୍ବାର୍ଥପର ଦୁନିଆରେ ସବୁ ମଣିଷକୁ ବିଶ୍ଵାସ କରିବା ଅନୁଚିତ କାରଣ ସବୁ ମଣିଷ ସମାନ ନୁହନ୍ତି ଏ ମିଛମାୟା ଦୁନିଆରେ, କହିବାର ମାନେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାଥିଭାବେ ଶ୍ରୀ ତୁଲେଶ୍ଵର ନାଏକ ମନୋନିତ ହୋଇଛନ୍ତି ଓ ଘର ଘର ବୁଲି ଅକ୍ଲାନ୍ତ ପରିଶ୍ରମ କରି ଭୋଟ ଭିକ୍ଷା କରିବାର ଦେଖିବାର ମିଲିଛି,ହେଲେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ କଂଗ୍ରେସ ପାର୍ଟିର ତାଙ୍କ ବିଷୟରେ ଅପ ପ୍ରଚାର କରୁଥିବା ସହିତ ତାଙ୍କର ମାନହାନି ହେଉଛି ବୋଲି ଅତି ଦୁଃଖର ସହିତ ପରିପ୍ରକାଶ କରିଛନ୍ତି ବୋଲି ସେ ମର୍ମାହତ ହୋଇଛନ୍ତି ବୋଲି ସେ ପ୍ରେସ୍ ମିଟରେ ପରିପ୍ରକାଶ କରିଛନ୍ତି ।
ତାଙ୍କ କହିବା ଅନୁସାରେ ସେ ତାଙ୍କର ବନ୍ଧୁଙ୍କୁ ନିଜ ଦଲରେ ମିଶି ଭୋଟ ପାଇଁ ପ୍ରଚାର କରୁବାକୁ କହିଥିଲେ ଓ ପ୍ରଚାର ମଧ୍ୟ କରୁଥିଲେ କିନ୍ତୁ କାହାର ଚାପରେ ପଡ଼ି ଜଦି ଜଣେ ଅନ୍ତରଙ୍ଗ ବନ୍ଧୁ ବଦଳିଯାଏ ତାହେଲେ ତାଠାରୁ ବଡ଼ ଦୁଃଖ ଦୁନିଆରେ କିଛି ନାହିଁ ବୋଲି ସେ କେମେରା ଆଗରେ କହିଥିଲେ । ଆଗମୀ ନିର୍ବାଚନରେ ସେ ନିଶ୍ଚିତ ଭାବରେ ବିଜୟ ଲାଭ କରିବେ ଓ ଲୋକଙ୍କର ଦୁଃଖ ସୁଖରେ ଛିଡ଼ା ହେବେ ବୋଲି ଗାଁ ଠାରୁ ଆରମ୍ଭ କରି ସହରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଓ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଲୋକମାନେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳୁଛି ।
Post a Comment