"ମୂଜରା"
ମୂଜରା ଶବ୍ଦ କେବଳ ମହିଳା ମାନଙ୍କ ପାଇଁ ବ୍ୟବହାର ହୁଏ । ନାରୀ ବାଧ୍ୟବାଧକତା ରେ ହଉ କି ପରିବାର ପ୍ରତିପୋଷଣ ପାଇଁ ଧନୀକ, ପୁଞ୍ଜିପତି, କିମ୍ୱା ସଂଭ୍ରାନ୍ତ ପରିବାର ର ପୁରୁଷମାନେ ମନୋରଞ୍ଜନ କରିବା ପାଇଁ ମୂଜରା ଦେଖିବାକୁ ଯାଇଥାନ୍ତି ଓ ପ୍ରଚୁର ଅର୍ଥ ବ୍ୟୟ କରି ଥାନ୍ତି । ଶତାଧିକ ବର୍ଷ ତଳେ ଧନୀକ ଶ୍ରେଣୀର କିମ୍ୱା ରାଜା, ମହାରାଜା, ନବାବ ମାନେ ମନୋରଞ୍ଜନ କରିବା ପାଇଁ ନିଜ ମହଲ ଭିତର ରଙ୍ଗ ମଞ୍ଚ ରେ ମୂଜରା ଆୟୋଜନ କରି ବା ସହ ଅତିଥି ସତ୍କାର କରୁଥିଲେ । କାଳ କ୍ରମେ ଆଧୁନିକ ଯୁଗରେ ବିଜ୍ଞାନ ର ଅନେକ ଅଗ୍ରଗତି ଯୋଗୁଁ ପ୍ରାୟ ମୂଜରା ବନ୍ଦ ହୋଇ ଯାଇଛି । ତା ସ୍ଥାନ ନେଇଛି ପଞ୍ଚ ତାରକା ହୋଟେଲ ମାନଙ୍କରେ ରାତି ରେ ବାର ଗାର୍ଲ୍ ମାନଙ୍କ ନୃତ୍ୟ ପ୍ରଦର୍ଶନ । ତେବେ ଏହା ଉପରେ ମଧ୍ୟ ସରକାର ଅଙ୍କୁଶ ଲଗେଇ ସାରିଛନ୍ତି । ନିକଟରେ ଦେଶ ର ପ୍ରଧାନ ମନ୍ତ୍ରୀ ସର୍ବସାଧାରଣ ରେ ବିରୋଧୀ ମାନଙ୍କୁ କଟାକ୍ଷ କରି ମୂଜରା ଶବ୍ଦ ପ୍ରୟୋଗ କରିଛନ୍ତି, ଯାହାକୁ ଦେଶର ଜ୍ଞାନୀ, ଗୁଣି, ବୁଦ୍ଧିଜୀବି ବର୍ଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।73 ବର୍ଷ ବୟସରେ ମଧ୍ୟ ଜଣେ ଭାଷା ଗତ ସାଳିନତା ରକ୍ଷା ନ କରିବା ଦେଶ ର ମହାନ ସଂସ୍କୃତି,ପରମ୍ପରା ଓ ସଂସ୍କାର ପ୍ରତି ଆଘାତ ଦେଇଛି । ଆଜି ରାଜନୀତି ଦଳ ମାନଙ୍କରେ ମହିଳା ମାନଙ୍କ ପ୍ରମୂଖ ଭୂମିକା ରହିଛି । ଦେଶ ର ମହାମହିମ ରାଷ୍ଟ୍ରପତି ଜଣେ ମହିଳା, । ବିରୋଧୀ ଦଳରେ ଶ୍ରୀମତୀ ସୋନିଆ ଗାନ୍ଧୀ, ମମତା ବାନାର୍ଜୀ, ରାବଡି ଦେବୀ, ପ୍ରିୟଙ୍କା ଗାନ୍ଧୀ, ମହେବୁବା ମୁଫତି, ଭଳି ଅନେକ ପ୍ରତିଭା ସମ୍ପନ୍ନ ଓ ସଂସ୍କାରି ମହିଳା ଅଛନ୍ତି । ତେବେ ମୂଜରା ଶବ୍ଦ କେବଳ ବିରୋଧୀ ନୁହଁ ସମଗ୍ର ଦେଶ ର ମହିଳା ମାନଙ୍କ ପ୍ରତି କଟାକ୍ଷ ଓ ଭାରତୀୟ ସଂସ୍କାର ବିରୋଧୀ ଓ ନିନ୍ଦନୀୟ । ବାଧ୍ୟ ବାଧ କତା ରେ ମହିଳାଙ୍କୁ ସମ୍ମାନ ଯଦି ଦେବା ପାଇଁ କୁଣ୍ଠିତ କିନ୍ତୁ ସର୍ବ ସାଧାରଣ ରେ କାହାକୁ କଟାକ୍ଷ କରି ବ୍ୟଙ୍ଗାତ୍ମକ କିମ୍ୱା ଶବ୍ଦ ର ଅର୍ଥ ନଜାଣି କଟୁ ମନ୍ତବ୍ୟ ଦେବା କାହାର ମଧ୍ୟ ଅଧିକାର ନାହିଁ । ନିର୍ବାଚନ ଆସିବ, ଯିବ କିନ୍ତୁ ଦେଶ ର ଜଣେ ଦାୟୀତ୍ବ ସମ୍ପନ୍ନ ପ୍ରଧାନ ମନ୍ତ୍ରୀ ଙ୍କ ଭାଷା ଗତ ସଂଯମତା ହଉ ଦେଶର ପ୍ରତ୍ୟେକ ଦାୟୀତ୍ବ ସମ୍ପନ୍ନ ବ୍ୟକ୍ତି ନିଜ ଆଚରଣ ଓ ଭାଷା ଉଚ୍ଚାରଣ ଉପରେ ନିୟନ୍ତ୍ରଣ ରହିବା ଅତ୍ୟନ୍ତ ଆବଶ୍ୟକ । ସେଇଥି ପାଇଁ ରାଜନୀତି ରୁ ଉର୍ଦ୍ଧ୍ବ ରେ ଭାଷା ପ୍ରୟୋଗ କରିବା ପାଇଁ ସଂସ୍କାର ରହିବା ନିତାନ୍ତ ଆବଶ୍ୟକ ମନେ ହୁଏ । ନଚେତ ଆମ ଭବିଷ୍ୟତ ପିଢ଼ି ମାନଙ୍କ ମଧ୍ୟରେ ମଧ୍ୟ ଆଚରଣ ଓ ଉଚ୍ଚାରଣ ଉପରେ ଅଙ୍କୁଶ ରହିବ ନାହିଁ ଓ ଏଇଥି ପାଇଁ ଆମେ ମାନେ ହଁ ଦାୟୀ ରହିବୁ । ଇତିହାସ କାହାକୁ କ୍ଷମା କରିବ ନାହିଁ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ,
ମୁଖ୍ୟ ସମ୍ପାଦକ "ତର୍ଜମା ନ୍ୟୁଜ"



Post a Comment