ଗବେଷଣାରେ ପିଏଚଡ଼ି ପାଇଲେ କୋଟାଗାଁର ଶଙ୍କର ଛତ୍ରିଆ ,
କଲମପୁର -୨୭/୫(ତର୍ଜମା ନ୍ୟୁଜ) ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ବଳରେ ଜଣେ ଗ୍ରାମାଞ୍ଚଳର ଯୁବକ ପିଏଚଡ଼ି ପାଇବାରେ ସଫଳତା ହାସଲ କରିଛନ୍ତି,କରୋନା ମହାମାରିର କରାଳ ରୂପ ଓ ଜନ୍ମଦାତ୍ରୀ ମାଆଙ୍କ ଦୁର୍ଘଟଣା ଜନିତ ଦୁଃଖ ଭିତରେ ମଧ୍ୟ ଗତିକରି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କୋଟାଗାଁ ଗ୍ରାମର ମାଙ୍ଗେଲାଲ ଛତ୍ରିଆ ଓ ମାଆ ଓଷା ଛତ୍ରିଆଙ୍କ ଏକମାତ୍ର ପୁତ୍ର ଶଙ୍କର ଛତ୍ରିଆ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି , ଗବେଷକ ଶଙ୍କର ଛତ୍ରିଆ ରାଜନିତି ବିଜ୍ଞାନରେ ପଣ୍ଡିଚେରୀ ବିଶ୍ଵବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି, ସେ ଓଡ଼ିଶା ରାଜ୍ୟର କୋଶଳାଞ୍ଚଳର ସନ୍ଦର୍ଭରେ 'ଭାରତୀୟ ସଂଘବାଦ ଓ ନୂତନ ରାଜ୍ୟ ଦାବିର ଏକ ଅଧ୍ୟୟନ' ବିଷୟରେ ସହ ଅଧ୍ୟାପକ ଡକ୍ଟର ହର୍ଷ ମୀନାଙ୍କ ତତ୍ତ୍ଵାବଧାନରେ ଏହି ଗବେଷଣା କରିଥିଲେ, ଏହି ସନ୍ଦର୍ଭ ପଞ୍ଜାବ ବିଶ୍ଵବିଦ୍ୟାଳୟର ପ୍ରଫେସର ରୋନକି ରାମଙ୍କ ଦ୍ଵାରା ପରିକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା, ସେ ଏହାର ଶ୍ରେୟ ମାଆ ବାପା ଛୋଟ ଭଉଣୀ ଓ ମାମୁଁ ଅର୍ଜୁନ ଦୀପଙ୍କୁ ଦେଇଥିବା ବେଳେ ଡଃ ଭିମରାଓ ଆମ୍ବେଦକରଙ୍କୁ ଏହି ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି, ସେ ପ୍ରଫେସର ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଭବିଷ୍ୟତ ଗଢିବାକୁ ହେଲେ କଠିନ ପରିସ୍ଥିତିରେ ମଧ୍ୟ ବାଟ ନ ହୁଡିବାକୁ ଆଗାମୀ ପିଢିଙ୍କ ପାଇଁ ସେ ବାର୍ତ୍ତା ଦେଇଛନ୍ତି,



Post a Comment