//BREAKING//
Loading...

ଠିକା ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାର ଫଳ ,ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି !!

 ଠିକା ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାର ଫଳ ,ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି !!



କଲମପୁର -୨୭/୫(ତର୍ଜମା ନ୍ୟୁଜ) ଅଳ୍ପ ସମୟ଼ ପାଇଁ ବର୍ଷିଥିଲା ବର୍ଷା, ଏହି ଅସରାଏ ବର୍ଷାରେ ରାସ୍ତା ଉପରେ ଜମିଗଲା ଆଣ୍ଠୁଏ ପାଣି, ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ପାତ୍ରବସା ଗ୍ରାମ ଉପର ପଡା ଠାରେ, ଯେଉଁଠାରେ ପାଣି ଜମିଥିଲା ସେଠାରେ ରହିଛି ଏକ ବଟବୃକ୍ଷ, ଲୋକେ ସେଠାରେ ପୂଜାପାଠ କରନ୍ତି, ସେହି ସମ୍ମୁଖରେ ରହିଛି ବିଭିନ୍ନ ପଡାବାସୀଙ୍କ ସମେତ ବିଜେଡି ପଞ୍ଚାୟତ ସଭାପତି ଓ ପୂର୍ବତନ ସମିତି ଅଧ୍ୟକ୍ଷ ତଥା ବ୍ଳକ କଂଗ୍ରେସ  ସଭାପତିଙ୍କ ଘର, ଏକମାତ୍ର ନିର୍ଭରଯୋଗ୍ୟ ରାସ୍ତା ଉପରେ ଏପରି ପାଣି ଜମି ରହିବା ଫଳରେ ପଡାବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି,କେବଳ ରାସ୍ତା ଉପରେ ପାଣି ଜମି ଥିଲା ତାହା ନୁହେ, ସେହି ପାଣି ଲୋକ ମାନଙ୍କ ଘର ଭିତକୁ ମଧ୍ୟ ପଶିଯାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକକୁ ଭିଜାଇ ଦେଇଥିଲା,କାରଣ ଖୋଜିବାରୁ ଜଣାଯାଏ ଯେ  ସିଙ୍ଗାରୀ ଛକ ଭାୟା ଜୟପାଟଣା ମୂଖ୍ୟ ରାଜପଥ ପାର୍ଶ୍ଵରେ ରହିଛି ଏହି ଉପରପଡା,କିଛି ଦିନ ହେବ ପୂର୍ତ୍ତ ବିଭାଗ ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଅଛି, ରାସ୍ତା ପାର୍ଶ୍ବ ପାଣି ନିଷ୍କାସନ ନାଳକୁ ପୋତି ପକାଇବା ସହ ରାସ୍ତା ଉଚ୍ଚତା କରିଦେଇ ଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ପଡାର ପ୍ରମୁଖ ଦୈନନ୍ଦିନ ଯିବାଆସିବା ରାସ୍ତା ଉପରେ ଜମି ରହୁଛି,ଏନେଇ ପଡାବାସୀ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ବି ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି, ବର୍ଷାଋତୁ ଆରମ୍ଭ ନ ହେଉଣୁ ଏ ଅବସ୍ଥା, ତେବେ ବର୍ଷାଋତୁ ଆସିଲେ ଅବସ୍ଥା କେତେ ଗମ୍ଭିର ହେବ ତାହା ଏଥିରୁ ହିଁ ସହଜେ ଅନୁମେୟ, ଏଥିପ୍ରତି ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପାତ୍ରବସା ଗ୍ରାମ ଉପର ପଡାବାସୀଙ୍କ ମହଳରେ ଦାବି ହେଉଛି ,

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe