ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଗିରଫ,
କଲମପୁର -୮/୫। (ତର୍ଜମା ନ୍ୟୁଜ)
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷୀଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦାସିଗାଁ ବିଟ୍ ଅଞ୍ଚଳରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି,ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଗିରଫ ହେବା ଘଟଣା ଏ ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଚିଲିଗୁଡା ଫାଣ୍ଡି ଅନ୍ତର୍ଗତ ଚୋର ଖସିଗୁଡା ଗ୍ରାମର ବିକ୍ରମ ମାଝି ଓ ଚାଚ୍ରି ମାଝି କାଞ୍ଜିକୋନା ଜଙ୍ଗଲରେ ଜାଳ ବିଛାଇ ପକ୍ଷୀ ଶିକାର କରୁଥିବା ବେଳେ ବନ ବିଭାଗ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା, ସେମାନଙ୍କ ଠାରୁ ପକ୍ଷୀ ଶିକାର ପାଇଁ ବ୍ୟବହୃତ ଜାଳ, କିଙ୍ଗଫିସର ଓ ସ୍ପୋଟେଡଡବ୍ ପକ୍ଷୀ ଜବତ କରିବା ସହିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ କେଶ ନଂ -ଓଆର ୧୬/୨୪-୨୫ ମାମଲାରେ ପଞ୍ଜିକୃତ କରି ଆଜି କୋର୍ଟ ଚାଲାଣ କରିଛି । ଏଥିରେ କେତେ ପରିମାଣର ପକ୍ଷୀ ଜବତ କରାଗଲା ଓ କେଉଁ କର୍ମଚାରୀ ମାନେ ଚଢ଼ଉ କରିଥିଲେ ସେ ନେଇ ବିଭାଗ ସୂଚନା ଦେଇ ପାରି ନାହିଁ ।
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ



Post a Comment