ସର୍ଟ ସର୍କିଟ ଯୋଗୁଁ ୧୧ କେଭି ବିଦ୍ୟୁତ୍ ପୋଳରେ ଲାଗିଲା ନିଆଁ,ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ -ଭୁଲ୍ କାହାର ଭୋଗୁଛି କିଏ?
କଲମପୁର - ୫/୫(ତର୍ଜମା ନ୍ୟୁଜ) ମଧ୍ୟାହ୍ନ ସମୟ,ମୂଖ୍ୟ ବଜାର ପ୍ରାଙ୍ଗଣ, ପୁଣି ରବିବାର ସାପ୍ତାହିକ ବଜାର ଦିନ,ଏଥି ପାଇଁ ବ୍ୟାପକ ଗହଳ ଚହଳ ଲାଗି ରହିଥାଏ, ଏଭଳି ସମୟରେ କେହି କିଛି ବୁଝିବା ପୂର୍ବରୁ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ହଠାତ୍ ନିଆଁ ଲଗିଗଲା,
ଏଭଳି ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କଲମପୁର ମୂଖ୍ୟ ବଜାର ପ୍ରାଙ୍ଗଣ କେନ୍ଦ୍ର ସ୍ଥଳ ଓ କଲମପୁର-ଜୁନାଗଡ ମୂଖ୍ୟ ରାସ୍ତା ଉପରେ, ସୂଚନା ମୁତାବକ ମୂଖ୍ୟ ବଜାର ନିକଟରେ ଏକ ଶ୍ରୀରାମ ମେଡିକାଲ ଷ୍ଟୋର ନାମକ ଔଷଧ ଦୋକାନ ରହିଛି , ସେହି ଛକ ନିକଟରେ ୧୧ କେଭି ବିଦ୍ୟୁତ ସରବରାହ ପାଇଁ ଏକ ଖୁଣ୍ଟ ପୋତା ଯାଇଛି, ସେହି ଖୁଣ୍ଟ ନିକଟରେ ଏକ ବିଶାଳ ନିମ୍ବଗଛ ରହିଛି,ଦିନ ପ୍ରାୟ ଗୋଟାଏ ସମୟରେ ସେହି ବିଦ୍ୟୁତ ଖୁଣ୍ଟରୁ ନିଆଁ ଲାଗି ପାଖରେ ଥିବା ନିମ୍ବ ଗଛକୁ ବ୍ୟାପି ଯାଇଥିଲା, ତୁରନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବାରୁ ବଡ ଅଘଟଣରୁ ଅଳ୍ପକେ ଧନ ଜୀବନକୁ ରକ୍ଷା କରାଯାଇଥିବା ବେଳେ କଲମପୁର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ,ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା, ଏହି ଘଟଣା ବିଦ୍ୟୁତ ବିଭାଗ ଓ ବନ ବିଭାଗର ଖାମଖିଆଲି ନୀତିକୁ ମୂଖ୍ୟତଃ ଜନ ସାଧାରଣରେ ଦାୟୀ କରିଛନ୍ତି ,ଅଭିଯୋଗ ଅନୁଯାୟୀ ମୂଖ୍ୟ ରାସ୍ତା କଡରେ ବନ ବିଭାଗ ପଥପାର୍ଶ୍ଵ ବୃକ୍ଷ ରୋପଣ କରୁଛି । ସେହି ସମାନ୍ତରାଳରେ ବିଦ୍ୟୁତ ବିଭାଗ ବିଦ୍ୟୁତ ସରବରାହ ପାଇଁ ଖୁଣ୍ଟ ପୋତି ଚାଲୁଛି, ଯେଉଁଠି ଖୁଣ୍ଟ ଅଛି ସେହିଠି ବନ ବିଭାଗ ମଧ୍ୟ ବୃକ୍ଷ ରୋପଣ କରୁଛି, ଅର୍ଥାତ ଏମାନଙ୍କ କାହାରି ବି ସମନ୍ୱୟ ନାହିଁ । ଏପରିପେକ୍ଷିରେ ଗଛ ବଡ଼ି ବିଦ୍ୟୁତ ତାରକୁ ଛୁଉଛି, ଯଦି ଗଛ କଟା ହେଲା ତୋ ରକ୍ଷା ,ନ ହେଲା ଧନ ଜୀବନ ହାନିର ସମ୍ଭାବନା ନିଶ୍ଚିତ, ଅପରପକ୍ଷେ ଗଛ କଟା ହେଲେ ରାଜ କୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇ ବୃକ୍ଷ ରୋପଣ କରାଯାଇଛି ତାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁ ନାହିଁ ,ଏ ସମ୍ପର୍କରେ ନା'ବନ ବିଭାଗ ନା' ବିଦ୍ୟୁତ ବିଭାଗ କାହାରି ପାଖରୁ ଉତ୍ତର ମିଲିପାରୁ ନାହିଁ, ତେବେ ଏଥିପାଇଁ ଉତ୍ତରଦାୟୀ କିଏ ତାହା ହିଁ ଏଠାରେ ବଡପ୍ରଶ୍ନ? ଦୋଷ କାହାର ଭୋଗିବ କିଏ? ବୋଲି ଲୋକେ ପାଳଟା ପ୍ରଶ୍ନ ଉଠାଇଛନ୍ତି,ଏନେଇ ଯୋଜନା ପ୍ରଣୟନ କାରୀ ସଂସ୍ଥା ଠୋସ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।



Post a Comment