ତର୍ଜମା ନ୍ୟୁଜ ବ୍ୟୁରୋ:- ନର୍ଲା,କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ଼ ପକ୍ଷରୁ କର୍ମ କର୍ତା ଚୟନ ବୈଠକ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ବୈଠକ ଭି ମ ଅଶୋକ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ ସି ଇ ଓ ମୋହନ ପଟେଲ ଯୋଗଦେଇ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ଼ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଦୋକାନ ବଜାର୍ ଠାରୁ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ବ କରି ବିଭିନ୍ନ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ କର୍ମୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ତାଲିମ ଦେଇଥିଲେ।
ଏହି ସୋସାଇଟିରେ ସଦସ୍ୟ ହେବା ପାଇଁ ୨୫୦ ଟଙ୍କା ଦେଇ ପଞ୍ଜିକୃତ କରିବାକୁ ପଡ଼ୁଥିବା ବେଳେ ମାତ୍ର ୨୫୦ ଟଙ୍କାରେ ଯେଉଁ ପରିବାର ପଞ୍ଜିକୃତ କରିଥିବେ ସେହି ପ୍ରତ୍ୟୋକ ଗରିବ ପରିବାରଙ୍କ ପାଇଁ ଦୁର୍ଘଟଣା ଜନିତ ପାଞ୍ଚ ହଜାର ରୁ ଏକ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ ପାଇଛି। ଏଥିରେ ନର୍ଲା ବ୍ଲକର 26 ଟି ଗ୍ରାମପଞ୍ଚାୟତର 30 ଜଣ ପି.ଇ.ଓ, ଏଫ୍.ପିଇ.ଓ ପଦବୀରେ ଯୋଗଦାନ କରି ତାଲିମ ଗ୍ରହଣ କରିଥିବାବେଳେ ଏବେ ନର୍ଲା ବ୍ଲକରେ ଆରମ୍ଭ ହେବ ଓଡ଼ିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଉଚିତ ଭାବେ କାର୍ଯ୍ୟକାରି ହେବବୋଲି ଶ୍ରୀ ପଟେଲ ପ୍ରକାଶ କରିଛନ୍ତି ।





Post a Comment