//BREAKING//
Loading...

ଆଜି ତିହାର ଜେଲରୁ ମୁକୁଳିବେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ

 


ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲା। ଆଜି ତିହାର ଜେଲରୁ ମୁକୁଳିବେ ସିଏମ ଅରବିନ୍ଦ କେଜ୍ରିଓ୍ୱାଲ । ଗତକାଲି କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ ରାଉସ ଆଭେନ୍ଯୁ କୋର୍ଟ। ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା ଇଡି। ରାଉସ ଆଭେନ୍ଯୁ କୋର୍ଟର ଅବସରକାଳୀନ ବିଚାରପତି ନ୍ୟାୟ ବିନ୍ଦୁ ଦେଇଛନ୍ତି ଜାମିନ। ଆଜି ଦିଲ୍ଲୀ ତିହାର ଜେଲରୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଦାଖଲ କରି ପଦାକୁ ଆସିପାରନ୍ତି। ମଦନୀତି ମାମଲାରେ କେଜ୍ରିଓ୍ୱାଲଙ୍କୁ ଗତ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି। ସୁପ୍ରିମକୋର୍ଟଙ୍କ ଦ୍ବାରା ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସେ ଜୁନ ୨ରେ ତିହାର ଜେଲରେ ସରେଣ୍ଡର କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe